ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଲ ପୋଲିସ ଦ୍ବାରା ନିରୁଦିଷ୍ଠ  ଉଦ୍ଧାର

ନୂଆପଡା: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସରଧାପୁର ପଞ୍ଚାୟତ ଗୋଡତଲା ମାଲପଡା ଗ୍ରାମର ନିରୁଦ୍ଧିଷ୍ଟ ଯୁବକ ବଗବାହାରା (ଛତିଶଗଡ଼) ରେଳ ଷ୍ଟେସନରୁ ଉଦ୍ଧାର । ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୧୭.୫.୨୨ ଦିନ ମାଲପଡା ଗ୍ରାମର ରୋମାଞ୍ଚଳ (ଓରଫ ରୁମାନଚ) ଶବର (୧୭) ବର୍ଷ ପିତା ପିତାମ୍ବର ଶବର ଦଶ ଦିନ ଧରି ନିରୁଦ୍ଧିଷ୍ଟ ହୋଇ ଯାଇଥିଲେ । ଏନେଇ ତାଙ୍କ ଭାଇ ପୁସ୍ତମ ଶବର ୨୧.୫.୨୨ ରେ ଖଡ଼ିଆଳ ଥାନାରେ ମାମଲା ଦାୟର କରିଥିଲେ । ଅଭିଯୋଗ ପରେ ଖଡ଼ିଆଳ ପୁଲିସ ଘଟଣାର ତଦନ୍ତ କରି ଗତ ୨୭.୫.୨୨ ରାତ୍ର ୧.୩୦ ସମୟରେ ବାଗବାହାରା (ଛତିଶଗଡ) ରେଳ ଷ୍ଟେସନରେ ବୁଲୁଥିବା ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କାର୍ଯ୍ୟାଳୟରେ ଦାଖଲ କରି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୋମାଞ୍ଚଳଙ୍କୁ ତାଙ୍କ ମାଆ ଅମୃତା ସବରଙ୍କୁ ହସ୍ତାନ୍ତର କରିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଏନେଇ ୧୯୦/୨୨ ମାମଲା ରୁଜୁ କରି ଏସ ଆଇ ନବଘନ ଗଉଡ଼ ତଦନ୍ତ ଅଧିକାରୀ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକଳ ଘଟେ ନାରାୟଣ

Sunil Chandra Nayak

ୱାର୍ଲ୍ଡ ଭିଜନ୍ ଇଣ୍ଡିଆ ପକ୍ଷରୁ ଶିଶୁ ସାମ୍ବାଦିକତା କର୍ମଶାଳା

Sunil Chandra Nayak

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

Leave a Comment

error: Content is protected !!