ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂର୍ଚ୍ଛନା ସାହିତ୍ୟ ସଂସଦର ନୂଆଖାଇ ଭେଟଘାଟ ଓ କବିତା ଆସର

ଜୁନାଗଡ଼,୨୯/୯(ମ ନି ସ)  ଜୁନାଗଡ଼ ମୂର୍ଚ୍ଛନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଚମେଳିଦେବୀ ମହିଳା ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ନୂଆଖାଇ ଭେଟଘାଟ ଓ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସହିତ୍ୟକ କୈଳାସ ରାଉତ ସଭାପତିତ୍ୱ କରିଥିଲେ।ସମ୍ପାଦକ ଅଜୟ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ।ସେହିପରି ସଂଗଠନର ବରିଷ୍ଠ ଉପଦେଷ୍ଟା ରମେଶ ନାଏକ, ସମାଜ ସେବୀ ଉଦ୍ଧବ ସାହୁ ,ଶିକ୍ଷାବିତ ସତ୍ୟନାରାୟଣ ରାଜପୁତ, ସୀମା ଞ୍ଚଳ ନାଗ,ନିଜ ବକ୍ତବ୍ୟ ପ୍ରଦାନ କରିବା ସହ ନୂଆଖାଇ ର ମହତ୍ଵ ଉପରେ କବିତା ମାଧ୍ୟମରେ ଆଲୋକପାତ କରିଥିଲେ।ସମ୍ମାନୀୟ ଅତିଥିଭାବେ କବି ସ୍ବର୍ଣ୍ଣଲତା ଦାସ ଉପସ୍ଥିତ ରହି ଥିବାବେଳେ କବି ସୁଧୀର ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କବିତା ଆସରକୁ ସଂଯୋଜନା କରିଥିଲେ କବି ଭାଗିରଥି ସାଗର ଓ ନବଘନ ସାହୁ,।ଏହି କବିତା ଆସର କାର୍ଯ୍ୟକ୍ରମ ରେ ପ୍ରାୟ ୩୦ ଜଣ କବି ସ୍ଵରଚିତ କବିତା ପଠନ କରିଥିଲେ।ଶେଷରେ କବି ବ୍ରଜକିଶୋର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ;୧୦୯ ଟି ପଂଜିକୃତ ମାମଲାରୁ ୮ ଟି ଫଇସଲା; ଟ୨୦,୨୦,୯୭୭ ଙ୍କା ଜୋରିମାନା ଆଦାୟ

Sunil Chandra Nayak

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା.. ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ମାଣବସା ଗୁରୁବାର

Sunil Chandra Nayak

ଗଛ ମଣିଷ ଘନଶ୍ଯାମଙ୍କ ପରଲୋକ,ବିଭିନ୍ନ ମହଲରେ ଶୋକ

Sunil Chandra Nayak

Leave a Comment

error: Content is protected !!