ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଠାରେ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା ଶୁଭାରମ୍ଭ

 ଡାଳଗୁମା -:  କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ବେହେରା ଗ୍ରାମରେ ଦୀର୍ଘ ଦିନ ପ୍ରତିକ୍ଷା ର ଅନ୍ତ ଘଟିଛି। ଗତ କାଲି ଏସ୍ ବି ଆଇ ଶାଖl ଉଦଘlଟିତ ହୋଇଯାଇଅଛି। ଉଦଘାଟନ କାର୍ଯକ୍ରମରେ ତୁଳସୀ ରାମ ଅଗ୍ରୱାଲ ,ପ୍ରେମ ଚାନ୍ଦ ଅଗ୍ରୱାଲ ,ସୁନିଲ ଅଗ୍ରୱାଲ ,ବଳରାମ ପୁଝାରୀ ,ରାଜୁ ସିଂ ଠାକୁର ,ବାବଳୁ ଅଗ୍ରୱାଲ ,ଗୋବିନ୍ଦ ଅଗ୍ରୱାଲ ସମେତ ଗ୍ରାମ ର ମହିଳା ସଂଘ୍ ଓ ଗ୍ରାମ ବାସୀ ଉପସ୍ଥିତ ଥିଲେ । ବେହେରା ଶାଖା ପରିଚାଳକ ଅଶୋକ ନାୟକ ଗ୍ରାହକ ମାନଙ୍କୁ କରୋନା ସଚେତନତl କରାଇବା ସହ ମାସ୍କ ବଣ୍ଟନ କରିଥିଲେ।  ପ୍ରକାଶ ଥାଉଜି ଦୀର୍ଘ ୨୦ ବର୍ଷ ହେବ ଦଣ୍ଡପlଟ ବାସୀ ରଷ୍ଟାୟତ ବ୍ୟାଙ୍କ୍ ସେବାରୁ ବଞ୍ଚିତ ଥିଲେ, ବ୍ୟାଙ୍କ୍ ସେବା ପାଇଁ ଧର୍ମଗଡ ୨୦ କିମି ଯିବାକୁ ପଡୁଥିଲା।ତେବେ ଦୀର୍ଘ ଦିନର ସଂଘର୍ଷ ପରେ ଚଳିତ ବର୍ଷ ଏସ ବି ଆଇ ଶାଖl ଶୁଭାରମ୍ଭ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳି  ଯାଇଛି।

ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ

Related posts

ବିଜୁ ଜନତାଦଳର ୨୫ ବର୍ଷ ଉପଲକ୍ଷେ କୁସୁମୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ଓ ଧାତିକି ସାହି କ୍ରିକେଟ ଆସୋସିଏସନ୍ ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

କଥା ରଖିଲେ ସମିତି ସଭ୍ୟା….

Sunil Chandra Nayak

ପ୍ରକାଶ କୁମାର ମିଶ୍ର  ଙ୍କ କବିତା  ମୁଁ ବୋଧେ କବି ଟିଏ

Sunil Chandra Nayak

Leave a Comment

error: Content is protected !!