ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

ରୁପ୍ରା, (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ନର୍ଲା, ରୁପ୍ରାରୋଡ୍, ସରିଆଁ, ପଲମ, ବୁଢିପଦର, ଲାଗଗୁଡା, ଉଲିକୁପା, ସେରଗଡ ,ମାଣ୍ଡେଲ ଓ ତୁଲାପଡା ଠାରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ରଥଯାତ୍ରା ଅନୁଷ୍ଠିତ ହୋଇପାରି ନଥିଲା, ଫଳରେ ଚଳିତ ବର୍ଷ ପାଗ ଅନୁକୂଳ ଥିବାହେତୁ ରଥଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ୍ ବିଭାଗ ଓ ପରିଚାଳନା କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ। ଶୁକ୍ରବାର ସକାଳୁ ରୀତିନୀତି ଅନୁଯାୟୀ ରୁପ୍ରା ସ୍ଥିତ ଦଧିବାମନ (ଜଗନ୍ନାଥ) ମନ୍ଦିର ଠାରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୂଜକ ବିନୋଦ ବିହାରୀ ମିଶ୍ର , ସହଯୋଗୀ ପୂଜକ ନାରାୟଣ ପାଢ଼ୀ ଓ ରଜନୀକାନ୍ତ ମିଶ୍ର ଦାୟିତ୍ବ ତୁଲାଇ ଥିଲେ । ଅପରାହ୍ନରେ ଛେଁରା ପହରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉମାକାନ୍ତ ସାହୁ, ହରେକୃଷ୍ଣ ବେହେରା ଓ ଜଗନ୍ନାଥ ସାହୁ ଛେରାଁ ପହରା କରିଥିଲେ। ଛେଁରା ପହରା ସରିବା ପରେ ମହାପ୍ରଭୁଙ୍କୁ ରଥାଋଢ କରାଯାଇଥିଲା। ମହାପ୍ରଭୁ ରଥାଋଢ ହେବାପରେ ପରମ୍ପରା ଅନୁଯାୟୀ ଛୋଟ ଶିଶୁ ମାନଙ୍କୁ ରଥଛୁଆଁ କରାଯାଇଥିଲା। ରଥାଋଢ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଗଣ ଅପେକ୍ଷା କରି ରହିଥିଲେ । ରଥଛୁଆଁ ସରିବା ପରେ ଭକ୍ତମାନେ ରଥାଋଢ ମହାପ୍ରଭୁଙ୍କୁ ମାଉସୀ ମା ମନ୍ଦିରକୁ ଟାଣି ନେଇଥିଲେ। ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଶ୍ରଦ୍ଧାଳୁ ମାନଙ୍କୁ ଥଣ୍ଡା ପାନୀୟ ଜଳ ଓ ସରବତ ପାଣି ବଣ୍ଟନ ବ୍ୟବସ୍ଥା କରିଥିଲେ। ଯାତ୍ରାର ତଦାରଖ ଦାୟିତ୍ବ ରୁପ୍ରା ମନ୍ଦିର କମିଟିର ସଭାପତି ମୃତ୍ୟୁଞ୍ଜୟ ବେହେରା, ସମ୍ପାଦକ ବିଷ୍ଣୁ ଚରଣ ସେନାପତି, ରବିନ୍ଦ୍ର କୁମାର ସାହୁ, ବିକ୍ରମ ଗୌଡ, କିଶୋର ମହାଲିଙ୍ଗ, ଗୌରଚନ୍ଦ୍ର ଭୋଇ, ଦୟାନିଧି ଗୌଡ, ଅକୃର ସାହୁ, ପରମାନନ୍ଦ ମାଝୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଗଣ ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ 

Related posts

କଳିଙ୍ଗ ଷ୍ଟାଡିୟମ୍‌ରେ ଉଦଘାଟିତ ହେଲା ଅଣ୍ଡର-୧୭ ଫିଫା ମହିଳା ବିଶ୍ୱକପ୍, ପ୍ରଥମ ଦିନରେ ଆମେରିକା ଠାରୁ ହାରିଲା ଭାରତ

Sunil Chandra Nayak

ଗୋଲାମୁଣ୍ଡା ଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!