ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ସ୍ଥାନରେ ମହାପଭୂ ଶ୍ରୀଜିଉଙ୍କ ରଥଯାତ୍ରା ପାଳିତ

କୋକସରା,୧/୭-  ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ମହାପ୍ରଭୂ ଶ୍ରୀ ଜିଉଙ୍କ ଘୋଷଯାତ୍ରା ଶୁକ୍ରବାର ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି । ଦୀର୍ଘ ୨ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଥିବା ବେଳେ ଭକ୍ତଙ୍କ ଗହଣରେ ମାଉସୀ ଘର ଗଲେ ଚତୁର୍ଦ୍ଧା ମୁରତି । ଚଳିତ ବର୍ଷ ପାଗ ଅନୁକୁଳ ସ୍ୱାଭାବିକ ଥିବା ସହ କୋଭିଡ କଟକଣା ନ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ବ୍ଲକ ର ବଡ଼ପୋଡାଗୁଡା, ଆମପାଣି, ସିଉନୀ, କାଉଡୋଲା, ଗୋତମୁଣ୍ଡା, ଲଡୁଗାଁ, ଟେମରା, ମୋଟେର, ଖୁଣ୍ଟିଆ, ଡଙ୍ଗରୀଗୁଡା, ଛିଲିପାମାଲ, କେନ୍ଦୁଡଙ୍ଗରୀ, କାଶୀବାହାଲ, କୋକସରା ଆଦି ସ୍ଥାନରେ ମହାପ୍ରଭୂଙ୍କ ଘୋଷଯାତ୍ରା ପାଳିତ ହୋଇଥିବା ବେଳେ ଲଡୁଗାଁ ଠାରେ କୁନି କୁନି ପିଲାମାନେ ବ୍ଲକ ଅଧ୍ୟକ୍ଷାଙ୍କ ଘରୁ କୁନି ରଥ ବାହାର କରି ସହର ପରିକ୍ରମା କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ସମିଲ ହୋଇଥିଲେ । ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ନିମନ୍ତେ ପରିଚାଳନା କମିଟି , ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Related posts

ରାଇରଙ୍ଗପୁର ରୋଟାରୀ କ୍ଲବରେ ରୋଟାରୀ ଗଭର୍ଣ୍ଣର ଶାନ୍ତନୁ ପାଣିଙ୍କ ଯୋଗଦାନ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

Sunil Chandra Nayak

Leave a Comment

error: Content is protected !!