ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରାରୋଡ ସରସ୍ୱତୀ ଶିଶୁ ମନ୍ଦିରର ପରିଚାଳନା କମିଟି ଗଠିତ

ନର୍ଲା (ମପ୍ର)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ଼ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଏକ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା । ବୈଠକରେ କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ର, କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ, ଓ ସଂକୁଳ ସଂଯୋଜକ ପ୍ରବୀଣ କୁମାର ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ପରିଚାଳନା ସମିତିର କର୍ମକର୍ତ୍ତା ଗଠନ ହୋଇଥିଲା।

ଏଥିରେ ନୂତନ ପରିଚାଳନା ସମିତିର ସଭାପତି ଭାବରେ ଶ୍ରୀଯୁକ୍ତ ଘନଶ୍ୟାମ ଭୋଇ, ଉପସଭାପତି ରୂପେ ପ୍ରଭାତ କୁମାର ସେଠୀ, ସମ୍ପାଦକ ଭାବେ ସଞ୍ଜିବ କୁମାର ଦାସ ଯୁଗ୍ମସମ୍ପାଦକ ଭାବରେ ଦିଲ୍ଲିପ କୁମାର ପ୍ରଧାନ କୋଷାଧ୍ୟକ୍ଷ ଭାବରେ ଇଶ୍ଵର ଚନ୍ଦ୍ର ନାଏକ, ସଦସ୍ୟା ଭାବରେ ବାସନ୍ତି ତ୍ରିପାଠୀ ଓ ସୁନିତା ଵାରିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ପରିଚାଳନା ସମିତି ପୂର୍ବତନ ସଭାପତି କ୍ଷୀରୋଦ ଚନ୍ଦ୍ର ପାତ୍ର, ପୂର୍ବତନ ସମ୍ପାଦକ ରାଜେଶ କୁମାର ଦତ୍ତା,କୁମୁଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଆଚାର୍ଯ୍ୟ ଦାଶରଥି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଆଚାର୍ଯ୍ୟ ପ୍ରତିନିଧି ରୂପେ କାର୍ଯ୍ୟ ତୁଲାଇଥିଲେ ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜିମାତ କଲା ଟେମରା ଦଳ

Sunil Chandra Nayak

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

Sunil Chandra Nayak

Leave a Comment

error: Content is protected !!