ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାରବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ମାଁ ମାଣ ପୁରିଆଣୀ ବିକାଶ ମଞ୍ଚ ବିଧାୟକଙ୍କୁ ଭେଟିଲେ

ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚାରବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ସ୍ଥାନୀୟ ମାଁ ମାଣ ପୁରିଆଣୀ ବିକାଶ ମଞ୍ଚର ପ୍ରତିନିଧି ଦଳ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଆଜି ତାଙ୍କ ବାସଭବନରେ ସାକ୍ଷାତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିକାଶ ମଞ୍ଚର ସଭାପତି ଶ୍ରୀ ରାମନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ସ୍ଥାନୀୟ ଡାକ୍ତରଖାନା,ମିନି ଷ୍ଟାଡିୟମ୍, ମଧ୍ୟ ଇଂରାଜୀ ବିଦ୍ୟାଳୟ, କଲ୍ୟାଣ ମଣ୍ଡପ, ପାନୀୟ ଜଳ, ବିଜୁଳି,ଧାନ ମଣ୍ଡି ଓ ବ୍ଳକ ଗଠନ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ବିଧାୟକ ପ୍ରତିନିଧି ଦଳକୁ ଅଞ୍ଚଳର ସମସ୍ତ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପୂର୍ଣ୍ଣ ସହଯୋଗ ଓ ଅନୁଦାନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିନିଧି ଦଳରେ ସଭାପତି ଶ୍ରୀ ପଣ୍ଡାଙ୍କ ବ୍ୟତୀତ ବିକାଶ ମଞ୍ଚର ଉପସଭାପତି ରୁଚେନ ବାଗ, ସଂପାଦକ ହୃଷିକେଶ ସାହୁ,ସହ ସମ୍ପାଦକ ସୁରେନ୍ଦ୍ର ମୋହନ କର,ଯୁବ ସମାଜସେବୀ ମୀନକେତନ ଦଳପତି, ପିତାମ୍ବର ସାହୁ,ଗୋଲାପ ଧଙ୍ଗଡା ମାଝୀ, କ୍ଷେତ୍ର ମୋହନ ସମର୍ଲିଆ, ୱ୍ଵାର୍ଡ ମେମ୍ବର ଚନ୍ଦ୍ରଶେଖର କର ପ୍ରମୁଖ ସାମିଲ ଥିଲେ। ବିଧାୟକଙ୍କ ଠାରୁ ପ୍ରତିଶୃତି ପାଇବା ପରେ ବିକାଶ ମଞ୍ଚର ପ୍ରତିନିଧି ଦଳ ଅଞ୍ଚଳର ଉନ୍ନତିକୁ ନେଇ ବେଶ୍ ଆଶାବାଦୀ ଥିବା ଜଣାପଡିଛି।

ରଜନୀକାନ୍ତ ସମର୍ଲିଆ ଭବାନୀପାଟଣା

Related posts

ଅସରାଏ ବର୍ଷାରେ ସରକାରୀ ପ୍ରାଥମିକ ବିଦ୍ଯାଳୟ ପାଚେରୀ ଭୂଷୁଡି ପଡିଲା

Sunil Chandra Nayak

ମାଳି ଗୁଡା ଗ୍ରାମର ଶ୍ରେୟା ନଭି ପଣ୍ଡା ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ

ଗାଁ ପୋଖରୀ ସଫା କଲେ ଯୁବ ଗୋଷ୍ଠୀ

Leave a Comment

error: Content is protected !!