ନୂଆପଡା ଜିଲ୍ଲା ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେନିୟମ ଦାଦା ବଟି କାରବାର । କେହି ନିଜକୁ ପୋଲିସ କର୍ମଚାରୀ କହୁଛି ତ କିଏ ନିଜକୁ ତହସିଲଦାର ତ ଆଉ କିଏ ସାମ୍ବାଦିକ ର ପରିଚୟ ଦେଇ ଦାଦା ବଟି ଆଦାୟ କରୁଥିବା ନଜିର କୁ ଆସିଛି । କିଛିଦିନ ତଳେ ଜଣେ ନକଲି କୃଷି ଅଧିକାରୀ ଙ୍କୁ ଖଡ଼ିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବର୍ତ୍ତମାନ ଆଉ ଗୋଟିଏ ନକଲି ଦାଦା ବଟି ଆଦାୟ କରୁଥିବା ଦଳ ବୋଡେ଼ନ ଅଞ୍ଚଳରେ ସକ୍ରିୟ ରହିଥିବା ଜାଣିବାକୁ ମିଳିଛି । ସୂଚନା ଅନୁସାରେ ଗତ ୨୯ ତାରିଖ ସନ୍ଧ୍ୟା ସମୟରେ ବୋଡେ଼ନ ଥାନା ଡ଼ମଝର ଗାଁର ଦିନେଶ ଅଗ୍ରୱାଲ ନାମକ ଏକ ବ୍ୟବସାୟୀ ଙ୍କ ପାଖକୁ ଚାରି ଜଣ ଦୁର୍ବୁତ୍ତ ଏକ ସ୍ୱିପ ଡିଜେର ଗାଡି ମାଧ୍ୟମରେ ଆସିଥିଲେ । ପରେ ସେମାନେ ନିଜକୁ କୃଷି ବିଭାଗର ଅଧିକାରୀ କହି ବ୍ୟବସାୟୀ ଜଣଙ୍କୁ କାଗଜପତ୍ର ଦେଖାଇବା ପାଇଁ କହିଥିଲେ । ହେଲେ ବ୍ୟବସାୟୀ ଦିନେଶ ଅଗ୍ରୱାଲ ସନ୍ଦେହ କରି କୃଷି ବିଭାଗ କୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଵା ସମୟରେ ଦୁର୍ବୁତ୍ତ ମାନେ ବ୍ୟବସାୟୀ ଙ୍କ ଠାରୁ ପ୍ରଥମେ ମୋବାଇଲ ଛଡାଇ ନେଇ ଷାଠିଏ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ତୋର ଲାଇସେନ୍ସ ଜବତ କରିଦିଆଯିବ ବୋଲି କହିବା ସହ ଦିନେଶ କୁ ଅନେକ ଗାଳିଗୁଲଜ କରି ଏକଥା କାହାକୁ କହିଲେ ଜୀବନ ରେ ମାରିଦେବା ର ଧମକ ଦେଇଥିଲେ । ଜୀବନ ଆକୁଳ ରେ ଦିନେଶ ସେମାନଙ୍କୁ ଦଶ ହଜାର ଟଙ୍କା ଦେଇ ଦୁର୍ବୁତ୍ତ ମାନଙ୍କ ଠାରୁ ମୋବାଇଲ ପାଇଥିଲେ । କିଛି ସମୟ ପରେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଉକ୍ତ ଘଟଣାକୁ ନେଇ ବ୍ୟବସାୟୀ ଜଣକ ନିଜ ଗାଁଲୋକ ଙ୍କୁ ଜଣାଇ ବୋଡେ଼ନ ପୋଲିସ ର ଆଶ୍ରୟ ନେଇ ଏକ ମାମଲା ଦାଏର କରିଛନ୍ତି । ଅପରପକ୍ଷରେ ସ୍ଥାନୀୟ ଏକ ଘରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ଦୁର୍ବୁତ୍ତ ମାନେ ଆସିଥିବା ଗାଡି ଓ ସେମାନଙ୍କ ଫଟୋ କଏଦ ହୋଇଥିବା ବେଳେ ଉକ୍ତ ଫୁଟେଜ କୁ ମଧ୍ୟ ବୋଡେ଼ନ ଥାନାରେ ଦାଖଲ କରିଛନ୍ତି । ବୋଡେ଼ନ ପୋଲିସ ଏବାବଦ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ଟି ଯଦି ସତ୍ୟ ଓ ସଠିକ ପ୍ରମାଣ ମିଳେ ତେବେ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୋଡେ଼ନ ଥାନା ଅଧିକାରୀ ସୁଦର୍ଶନ ନାୟକ କହିଛନ୍ତି । ପୋଲିସ ଏହି ଘଟଣା କୁ ଦୃଢ଼ତା ର ସହ ନେଇ ଯଥା ଶୀଘ୍ର ଠକ ମାନଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟ ପଟେ କେବଳ ଡ଼ମଝର ଗାଁର ଦିନେଶ ନୁହେଁ ବୋଡେ଼ନ ବ୍ଲକ ର ବିଭିନ୍ନ ଗାଁର ବିଭିନ୍ନ ଵ୍ୟଵସାୟୀ ସର କାରୀ କର୍ମଚାରୀ ଙ୍କୁ ଡ଼ରାଇ କରି ଦାଦା ବଟି ଆଦାୟ କରୁଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ବ୍ୟବସାୟୀ ଓ ସରକାରୀ କର୍ମଚାରୀ ମାନଙ୍କ ମନ ରେ ଭୟ ସଂଚାର ହୋଇଛି । ପୋଲିସ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଜରୁରୀ ହୋଇପଡ଼ିଛି । ଦିନେଶ ଅଗ୍ରୱାଲ , ହିତେଶ ଅଗ୍ରୱାଲ ଦାବିକରିଛନ୍ତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ