ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁଲାଇ ୮ରେ ମୁକ୍ତିଲାଭ କରିବ “ମାୟାଦର୍ପଣ”

ଜୁଲାଇ ୮ ପବିତ୍ର ବାହୁଡା଼ ଯାତ୍ରା ଅବସରରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ବାହୁଡା଼ ଯାତ୍ରା ଅବସରରେ ସାରା ଭାରତରେ ବଡ ପରଦାକୁ ଆସିବ ବୋଲି ଏହାର ପ୍ରଯୋଜିକା ଝରଣା ସାମଲ କହିଛନ୍ତି । ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂୂଚନା ଦିଆଯାଇଛି । ସାରା ଭାରତରେ ୫୦ଟି ପ୍ରେକ୍ଷାଳୟରେ ମାୟାଦର୍ପଣ ମୁକ୍ତିଲାଭ କରିବ ବୋଲି କୁହାଯାଇଛି । 

ମା’ର ସ୍ନେହ ମମତାକୁ ନେଇ ସିନେମାଟି ନିର୍ମାଣ କରାଯାଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି । ଏହା ସମ୍ପୂର୍ଣ୍ଣ ପାରିବାରିକ ସିନେମା ଓ ପରିବାର ସହ ଏହାକୁ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି । ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବା ବେଳେ ମା’ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ରତନ ମେହେର, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଏହି ସିନେମାରେ ଅଭିନୟ କରିଛନ୍ତି । ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ପ୍ରମୁଖ ନଜର ଆସିଛନ୍ତି । ଚଳଚ୍ଚିତ୍ର ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ରାଜୀବ ମହାନ୍ତି ।ରଂଜନ କୁମାର ଦାସ ଚଳଚ୍ଚିତ୍ରର କାହାଣୀ ରଚନା କରିଥିବା ବେଳେ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ ।

ଭୁବନେଶ୍ୱର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ

Related posts

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

Sunil Chandra Nayak

ଶଳାର ମାଡରେ ଜ୍ୱାଇଁ ମୃତ

Sunil Chandra Nayak

ମଧୁସ୍ମିତା ସାହୁ ଙ୍କ କବିତା ଶ୍ରାବଣୀ

Sunil Chandra Nayak

Leave a Comment

error: Content is protected !!