ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଆମାଜନ କମ୍ପାନୀର ମିନି ଭେନ୍ 

କୋକସରା ୨୯/୬- ( ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ବସଷ୍ଟାଣ୍ଡ ଠାରେ ଏକ ମିନି ଟ୍ରକ ଭେନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ଗାଡି ଟି ଆମାଜନ କମ୍ପାନୀର ସମାଗ୍ରୀ କୁ ଜୁନାଗଡ ଠାରେ ଅନଲୋଡ କରି ବିଶାଖାପାଟଣା ଅଭିମୁଖେ ଫେରୁଥିବା ବେଳେ କାଉଡୋଳା ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ଘଟଣା ସ୍ଥଳରେ କୋକସରା ଅଗ୍ନୀଶମ ବିଭାଗ କର୍ମଚାରୀ ଓ ଆମପାଣି ପୁଲିସ ପହଞ୍ଚି ଉଦ୍ଧାର କରିଛନ୍ତି। ଗାଡିରେ ଡ୍ରାଇଭର ସହିତ ମୋଟ ତିନି ଜଣ ଥିଲେ । ସମସ୍ତେ ସୁରକ୍ଷିତ ଥିବା ଜଣା ପଡିଛି । କାଉଡୋଳା ବସଷ୍ଟାଣ୍ଡ ରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲେ ସୁଦ୍ଧା ଏଠାରେ ସ୍ପିଡ୍ ବ୍ରେକର ବ୍ୟବସ୍ଥା କରିବା ନେଇ ଦାବୀ ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ କର୍ଣ୍ଣପାତ କରୁନଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

Related posts

ବାହାଘର ଭୋଜିଖାଇ ଫେରିବା ବେଳେ ଅପହରଣ ସୁଚନା

Sunil Chandra Nayak

ତେନ୍ତୁଳିଖୁଣ୍ଟି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅଵସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ତାମିଲନାଡୁରେ ବିଦ୍ୟୁତ୍ ଆଘାତରେ ଦାଦନଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!