ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମକୁ

        ତୁମକୁ 

ଭୁଲି ମୁଁ ପାରିନି କେବେ
             ଜୀବନେ ତୁମକୁ
ଦେଖିଦେଲେ ତୋତେ ଥରେ 
              ଝରାଏ ଲୁହକୁ
ମନକଥା କେବେହେଲେ 
               କହିନି କାହାକୁ
ଭୁଲି ମୁଁ ପାରିନି କେବେ ………….୧ 
ମଥାମୋର ତୁମପାଇଁ 
               ଖାଲିତ ରହିଲା
ତୁମ କଥା ଭାବି ମୋର
               ଜୀବନ କଟିଲା
ତୁମ ବିନା ହୃଦୟକୁ 
              ଦେବିନି କାହାକୁ
ଭୁଲି ମୁଁ ପାରିନି କେବେ ………….୨ 
ଜୀବନରେ କେବେ ଦିନେ
                ମାଗିନାହିଁ କିଛି
ହୃଦୟ କୁ  କେବେଠାରୁ 
                 ତୁମକୁ ଦେଇଛି
ତୋହାତ ସିନ୍ଦୂର କେବେ 
                 ଦେବୁ ମୋ ମଥାକୁ
ଭୁଲି ମୁଁ ପାରିନି କେବେ
             ଜୀବନେ ତୁମକୁ……….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଜୟ କୁମାର ମିଶ୍ର ଙ୍କ କବିତା ନିର୍ଯାତନା

Sunil Chandra Nayak

ଆଗକୁ ରାକ୍ଷୀ ପୂର୍ଣିମା – ଦୂର ଦୁରାନ୍ତକୁ ରାକ୍ଷୀ ପଠାଇବା ପାଇଁ ଡାକ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା

Sunil Chandra Nayak

ମ,ରାମପୁର ଦୁର୍ଗା ପୂଜା: ଆଜି ବିଲ୍ଵ ବରଣ

Sunil Chandra Nayak

Leave a Comment

error: Content is protected !!