କିଅବା ଆଶିଷ ଦେବିରେ କୁମର
ନିରୁପମା ପାଣି
କିଅବା ଆଶିଷ ଦେବିରେ କୁମର
ନିଜେତ ଶକତି ହୀନ
ତୋ ହାତ ଟେକାରେ ପେଟ ପୁରେମୋର
ଜେଣୁ ମୁଁ ହୀନ ନିର୍ଦ୍ଧନ
ଅଭିଷପ୍ତ ତୋର ଜନମ ଜାଣିଛି
ମୋକୋଳେ ଜନମ ଜେଣୁ
ଦୁଃଖ ଦୁର୍ଦିନରେ ତୋ ସମୟ କଟେ
ଏକଥା ଭୁଲିନି ମନୁ
ମୋର କର୍ମ ବଳ ମୋତେ ତ ଫଳିଛି
ତୋପରି ସୁନାକୁ ପାଇ
ହେଲେତୋ ଜୀବନ ନରକ ସମାନ
ଅକର୍ମ ମାଆଟେ ମୁହିଁ
ଏତିକି ଡାକୁଛି ଜଗତ ନାଥଙ୍କୁ
ଆଜିତୋ ଜନମ ଦିନେ
ସାହା ତୋତେ ସେହି ହୁଅନ୍ତୁ ସଦାଯେ
ହସୁଥା ତୁ ରାତି ଦିନେ
ଚଲା ପଥ ତୋର ହେଉ ନିଷ୍କଣ୍ଟକ
ସଦା ଫୁଲ ମୟ ହେଉ
ନୀରୋଗ ଶରୀରେ ତୋ ସଂସାରେ ଥାଆ
କି ଆଶିଷ ଦେବି ଆଉ