ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ନିର୍ଯାତନା

     ନିର୍ଯାତନା

   ଜୟ କୁମାର ମିଶ୍ର 

 

ସଦାବେଳେ ଆସେ, ସମାଜେ ପରସେ 

ଗୃହ ନିର୍ଯାତନା କଥl, 

ଗଣ ମାଧ୍ୟମଟି, କହିକହି ବୁଲେ 

ସମୟ ନକରି ବୃଥା ll(1)

ତିଳକୁ ତାଳଟି, କରି ଦିଏ ଭେଟି

ଅତିରଞ୍ଜିତ କେବେ ଅବା,  

କଳ୍ପନା ମସଲା, ଘଟଣାରେ ବୋଳା 

କେତେ ଯେ ନାହିଁ ନଥିବା ll(2)

ସମାଜ ଆଗରେ, ସତ ଲୁଚି ଯାଏ 

ମିଛ ପ୍ରମାଣକୁ ଥୋଇ,  

ନିରୀହ ମଣିଷ, ସଜ୍ଜାରେ ବେହୋସ 

ସପକ୍ଷରେ କେହି ନାହିଁ ll(3)

ଗୁଡ଼ ଦେଖି ଜନ୍ଦା, କରୁଥାଏ ଧନ୍ଦା 

ପାଇବାର ଆଶା ପୋଷି,  

ବରଷା ଜୁଆଡେ, ତା ଛତା ସିଆଡେ

କପଟ ମିତ୍ରତା ବେଶି ll (4)

ନର, ନାରୀଙ୍କର, ଆଚାର ବେଭାର 

ଗୃହ ହିଂସା, କେତେ କଥା, 

ହେବାରେ ନହେବା,ନହେବାରେ ହେବା 

କଳୁଷିତ ମନ୍ଦ ଚିନ୍ତା ll(5)

ଜଳନ୍ତା ନିଆଁରେ, ଘିଅକୁ ପକାଇ 

ଦେଖନ୍ତି ମଉଜ କେତେ, 

କୁମନ୍ତ୍ରଣା ସବୁ, କରୁଥାଏ କାବୁ 

ସୁବିଧାବାଦ ର ପଥେ ll(6)

ମନ ଅହଂକାର, ବଡ଼ିମା ପ୍ରଖର 

ଅନ୍ଧ ବୁଝାବଣା ସ୍ୱର,  

ମଧୁର ସମ୍ପର୍କ, ହୋଇଯାଏ ତିକ୍ତ

ସଂସାରଟି ନାରଖାର ll(7)

ନବ ଆଧୁନିକ, ଅଳିକର ସୁଖ 

ଖାମ ଖିଆଲିଆ ନୀତି, 

ଚେତନା ବିହୀନ, ଶିକ୍ଷା ଓ ସଂସ୍କାର

ଅମଡ଼ା ବାଟର ସାଥି ll(8)

ମଥାଠାରୁ ଚିତା, ବଳି ପଡୁଅଛି 

ସାହି ପଡୋଶୀଙ୍କୁ ଦେଖି, 

ଦେଖାଶିଖା ବୁଦ୍ଧି, ମନେ ମନେ ଖୁନ୍ଦି 

କିଏ ବା ହୁଅଇ ଦୁଃଖୀ ll(9)

ଘରର ଗୁମର, ଆଚାର ବେଭାର 

ଲାଜ ଲାଜ,ଭାବ ଥୁଏ, 

ଅଜାଗା ଘାଆଟି, ବିନ୍ଧା ଛିଟିକାଟି 

ଯନ୍ତ୍ରଣା ଅସହ୍ୟ ହୁଏ ll(10)

ଦାଣ୍ଡେ ଉପହାସ, ହାନି ପଉରଷ

ଇଜ୍ଜତ ମହତ କଥା, 

ସବୁ ସହି ନର, ଚାଲେ ନିରନ୍ତର 

ଧରି ହୃଦୟର ବ୍ୟଥା ll(11)

ଘର ଢ଼ିଙ୍କି ଯେବେ, କୁମ୍ଭୀର ସାଜନ୍ତି 

କିଏବା ହୋଇବ ସାହା ??  

ଆଖିର ଲୁହକୁ, ମନର କୋହକୁ  

 ମିଳେନି ସଦଗତି ରାହା ll(12)

ଆଇନର ପାଞ୍ଜି,ଆଖି ଦିଏ ବୁଜି 

ରୀତି, ନୀତି ବାଟବଣା, 

ନିରୀହ ବାପୁଡା, ଖାଉଛି ଚାପୁଡା 

ମୁଣ୍ଡରେ ବିପତ୍ତି ଠୁଣା ll13)

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି, ଓଡିଶା, 761206, 

 

Related posts

ପୋଲିସ କ୍ବମିଙ୍ଗ ବେଳେ ବିପୁଳ ମାଓ ସାମଗ୍ରୀ ଜବତ, ପ୍ରେସମିଟ ରେ ସୂଚନା ଦେଲେ ପୋଲିସ ଆରକ୍ଷୀ ଆଧିକ୍ଷକ

Sunil Chandra Nayak

ବୁଢ଼ାରଜା ଦଶରା ପାଇଁ ଚଳଚଞ୍ଚଳ ଆମପାଣି 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଅନାହୂତ ଅଭିଳାଷ 

Sunil Chandra Nayak

Leave a Comment

error: Content is protected !!