ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୈଳାସ ଚ଼ନ୍ଦ୍ର ପାଢ଼ୀ  ଙ୍କ କବିତା ।। ମାଟିର ସ୍ବର୍ଗ ।।

।। ମାଟିର ସ୍ବର୍ଗ ।।

 

                   କୈଳାସ ଚ଼ନ୍ଦ୍ର ପାଢ଼ୀ 

 

ନବ୍ୟଯୁଗର ସଭ୍ୟମାନବ

             କେଣେଯାଅ କେଣେଯାଅ,

ଯିଏଯେଉଁଠାରେ ପାଦରଖିଅଛ

             ସେଇଠି ଅଟକି ଯାଅ ।

ଭ୍ରାନ୍ତ ହେଲକି ଦେବଶିଶୁ ଆହେ

             ମାୟାର-ଚ଼କ୍ରେ ପଡ଼ି ,

ସ୍ବର୍ଗ ନୁହେଁ ସେ କୋଟିବେଦନାର

             ଚ଼ଢୁଛ ନର୍କ ସିଡ଼ି ।

ଥରେ ଫେଇଦିଅ ଅନ୍ଧପଟଳି

             ଗାନ୍ଧାରୀ ନୟନରୁ,

ସତ୍ୟର ସେଇ ସୁନ୍ଦର ରୂପ

             ଚ଼ିତ୍ତ ରଂଜନ କରୁ ।

ତାପରେ ବୁଝିବ ଜୀବନର ଅର୍ଥ

             ମାନବ ଜନ୍ମର ତତ୍ତ୍ବ,

ପଞ୍ଚ ‘ମ’ କାରେ ମତ୍ତ ହେବନି

             ଘାରିବନି ଆଉ ସ୍ବାର୍ଥ ।

        ଶୁଣରେ ଆର୍ଯ୍ୟ ସୂତ,

ଅମୃତମୟ ଧରାରେ ତୁମେ ହିଁ

         ଅଟ ଶାନ୍ତିର ଦୂତ ।।

 

ମାନବିକତାର ବଜ୍ରଯାନରେ

               ଆରୋହଣ କରି ଆସ,

ଦେଖିବ ବିଶ୍ବ ତୁମରି ଭିତରେ

              ତୁମେ ହିଁ ତ ଏକ ବିଶ୍ବ ।

ଝରିବ ତୁମରି ନିଷ୍ଠୁର ହୃଦୁଁ

              ମମତାର ବାରିଧାରା ,

ଫୁଟିବ ପଦ୍ମ ହୃଦ-ସରୋବରେ

              ମନ-ଆକାଶରେ ତାରା।

ଦିବ୍ୟ ଚେତନା ହୋଇବ ଉଦୟ

              ଅଜ୍ଞାନ ତମ ନାଶି,

ସାଗର ଗର୍ଭୁଁ ଉଠିବେ ସୂର୍ଯ୍ୟ

              ପୂର୍ବାଶା ଭାଲେ ହସି ।

         ଆଲୋକିତ ହେବ ଧରା,

ସେଇ ଆଲୋକର ପରଶେ ହସିବ

         ମୁମୂର୍ଷୁ-ବସୁନ୍ଧରା ।।

 

ନୟନେ ନାଚ଼ିବ ଦ୍ଵାପର ଯୁଗର

                 ମାନବ ମାଧବ ଲୀଳା,

କର୍ଣ୍ଣପୁଟରେ ବଂଶୀର ସ୍ବନ

                 ଯାହା ଅମୃତ ବୋଳା।

ଅପ୍ରାକୃତ ସେ ପ୍ରେମର-ଡୋରିରେ

                 ବାନ୍ଧି ବାଉଳା ମନ,

ସଂସାରୀ ଆହେ ଦେବଶିଶୁ ତୁମେ

                କର୍ମରେ ରୁହ ମଗ୍ନ ।

ଦେଖିବ ଦେଖିବ ଉର୍ଜ୍ବଃସ୍ବଳ ଏ

                ଦିଗ୍ ବିଦିଗର ଛବି,

ଉତ୍ତରଣର ପଥେ ହସୁଥିବ

                ସତ୍ୟ ସୁଧାର ରବି ।

           ଉଦ୍ଭାସିବ ଏ ଧରା,

ମର୍ତ୍ତ୍ୟମାନବ ଦେବତା ସାଜିବ

           ମାଟିର ସ୍ବର୍ଗେ ପରା।।

         

କୁମାର ପୁର। ଅନନ୍ତ ପୁର।
ବାସୁଦେବପୁର। ଭଦ୍ରକ।

Related posts

ରୋଗୀଣା ପୁଅର ଚିକିତ୍ସା ପାଇଁ…ବରପାଲିରୁ ବ୍ରହ୍ମପୁରକୁ ୩୫୦ କି.ମି ପାଦରେ ଚାଲୁଛନ୍ତି ବୃଦ୍ଧା ମାଆପୁଅ

Sunil Chandra Nayak

କ୍ରୀଡା ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

Sunil Chandra Nayak

Leave a Comment

error: Content is protected !!