ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଗୋଷ୍ଠୀ ସାଧନ କେନ୍ଦ୍ରରେ ତ୍ରିଦୀବସୀୟ ଭୌତିକ ଚିକିତ୍ସା ଶିବିର ଉଦ୍ଘାଟିତ

ମୟୂରଭଞ୍ଜ ୨୫/୦୯/୨୨(ମସିହା)  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ସ୍ତରୀୟ ଏକ ୩ ଦିନିଆ ଭୌତିକ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରବିବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର କାରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏଥିରେ ଗୋଷ୍ଠୀ ଶିକ୍ଷା ସମ୍ବଳ ଅଧିକାରୀ ଶ୍ରୀ ମହେଶ୍ୱର ମହାପାତ୍ର, ଅନ୍ୟ ସମ୍ବଳ ଶିକ୍ଷୟତ୍ରୀ ସାଗରିକା ପଣ୍ଡା ପ୍ରମୁଖ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଶିବିରରେ ୧୬ ଜଣ ଦିବ୍ଯାଙ୍ଗ ପିଲାମାନଙ୍କର ଶାରିରୀକ ଅକ୍ଷମତା,ବୈଦିକ ଅନଗ୍ରସର, ମସ୍ତିଷ୍କ ପକ୍ଷପାତ,ସ୍ବପରାୟଣତା ପାଇଁ ବିଭିନ୍ନ ବ୍ୟାୟାମର କୌଶଳ ଶିକ୍ଷା ଦିଆଯାଇଥିଲା । ଉକ୍ତ ଶିବିରରେ ୧୬ ଜଣ ଦିବ୍ଯାଙ୍ଗ ପିଲା ଏବଂ ସେମାନଙ୍କର ଅଭିଭାବକମାନେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଵିଆରଟି ମହେଶ ମହାପାତ୍ର ଏବଂ ପଣ୍ଡା କୌଶଳ ଓ ତାଲିମ ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କୁ ପ୍ରଦାନ କରିଥିଲେ ।ଏଠାରେ ୩ ଦିନ ଧରି ରବିବାର, ସୋମବାର ଏବଂ ମଙ୍ଗଳବାର ଦିନ ତାଲିମ ପ୍ରଦାନ କରାଯିବ ବୋଲି ବିଆରଟି ମହେଶ୍ୱର ମହାପାତ୍ର ସୂଚନା ଦେଇଥିଲେ ।ତାଲିମ ନେଇ ଘରେ ଅଭିଭାବକମାନେ ସେମାନଙ୍କ ଦିବ୍ଯାଙ୍ଗ ପିଲାମାନଙ୍କୁ ଦୈନିକ କୌଶଳ ଅଭ୍ୟାସ କରାଇଲେ ନିଶ୍ଚିତ ଭାବରେ କିଛି ପରିମାଣର ସଫଳତା ପାଇଁ ପାରିବେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଜଗତ ନାଥ

Sunil Chandra Nayak

ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ୮ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମାତୃ ବନ୍ଦନା ।।

Sunil Chandra Nayak

Leave a Comment

error: Content is protected !!