ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ବିଦ୍ୟାପୀଠ ୧୯୯୭ ଦଶମ ଶ୍ରେଣୀ ବ୍ୟାଚର ବନ୍ଧୁମିଳନ

ଉତ୍କେଲା ୦୪/୧୨, :କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ଘଣ୍ଟସଲା ଗ୍ରାମ ନିକଟସ୍ଥ ଘଣ୍ଟସଲା ଡେମ ରେ ୪ ତାରିଖ ରବିବାର ଦିନ କେସିଙ୍ଗା ବିଦ୍ୟାପୀଠ ୧୯୯୭ ବେଚ୍ ର ଦଶମ ଶ୍ରେଣୀ ର ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଅନୂନ୍ୟ ୮୦ ଜଣ ସାଙ୍ଗ ଯୋଗଦାନ କରିଥିଲେ l ସର୍ବ ପ୍ରଥମେ ସ୍ବର୍ଗବାସୀ ସାଙ୍ଗ ମାନଙ୍କ ମଧ୍ୟରେ ରମେଶ ଗୁପ୍ତା, ରାଧେଶ୍ୟାମ ତାଣ୍ଡି, ଡମ୍ବରୁ ସାହୁ, ଶ୍ରୀକାନ୍ତ ବାଗ, ତୀର୍ଥ ମାଝୀ ଓ ଶ୍ୟାମ ଅଗ୍ରୱାଲ ଙ୍କ ଫୋଟୋ ଚିତ୍ର ସମୁଖ ରେ ଦୀପ ପ୍ରଜ୍ୱଳନ କରି ସାଙ୍ଗ ମାନଙ୍କ ଆତ୍ମା ର ସାଥଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରୀ ଦିଗମ୍ବତ ୬ ଜଣ ବନ୍ଧୁଙ୍କୁ ସ୍ମୃତି ଚାରଣ କରାଯାଇଥିଲା l ଏହି ବନ୍ଧୁ ମିଳନ ରେ ୧୯୯୭ ରୋପ୍ୟ ସଙ୍ଗଠନ ପାଇଁ ନିଷ୍ପତୀ ସହ ସଦସ୍ୟ ମଣ୍ଡଳୀ ସ୍ଥାପନ କରାଗଲା l ଏହି କାର୍ଯକ୍ରମ ରେ ୧୯୯୭ ବେଚ ର ସମସ୍ତ ସାଙ୍ଗ ମାନଙ୍କ ଉପସ୍ଥିତି ରେ 1997 ରୋପ୍ୟ ସଂଗଠନ ନାମରେ ଘୋଷିତ କରାଯାଇଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଏକ ନୂତନ କମିଟି ଗଠନ କରାଯାଇଥିଲା ଏଥିରେ ସଭାପତି କୃଷ୍ଣ କୁମାର ସାହା ଉପ ସଭା ପତି – କୁନା ପ୍ରଧାନସାଧାରଣ ସମ୍ପାଦକ – ମଧୁ ସିନ୍ଧୁର ସହ ସମ୍ପାଦକ – ପ୍ରସନ୍ନ ଭୋଇ ଓ କୋଶା ଧକ୍ଷ – ପୂରନ୍ଦର ସାହା ଏହିପରି ସମସ୍ତ ସଦସ୍ୟ ନିର୍ବାଚିତ ହୋଇ ନିଜନିଜ ଦାୟିତ୍ୱ ତୁଲାଇବାକୁ ନିଷ୍ପତି ନେଇଥିଲେ l ଏହି ସଂସ୍ଥା ଆଗାମୀ ଦିନ ରେ ସମାଜିକ ଉନ୍ନତି କ୍ଷେତ୍ରରେ ଆଗେଇ ଆସିବା ସହ ଆଗାମୀ ଶିକ୍ଷା ବର୍ଷ ରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଦ୍ବିତିୟ ଆଉ ତୃତୀୟ ଙ୍କୁ ପ୍ରତେକ ବର୍ଷ ପୁରସ୍କାର ପ୍ରଦାନ କରାଯିବ,ସମସ୍ତ ସାଙ୍ଗ ମାନଙ୍କ ଆପତ୍ତ କାଳୀନ ସମୟରେ ରେଡ କ୍ରସ ଭଳି ସହାୟତା ପ୍ରଦାନ କରିବ ଏବଂ ଗରିବ ଓ ଅସହାୟ ଲୋକଙ୍କର ଦୁଃଖ କୁ ସରକାର ଙ୍କ ପାଖକୁ ପହଞ୍ଚାଇବ ଏମିତି ଆଗକୁ ଅନେକ ଯୋଜନା କରାଯିବା ପାଇଁ ନିଷ୍ପତୀ ନିଆଯାଇଥିଲା l ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ମଧୁ ସିନ୍ଦୁର କରିଥିଲେ l ଶେଷ ରେ ପ୍ରଣବ ଭୋକ୍ତା ଧନ୍ୟବାଦ ଅର୍ପଣ କରିଥିଲେl

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଲଡୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

Sunil Chandra Nayak

ଗରିବଙ୍କୁ ଜେଲ ଯନ୍ତ୍ରଣା

ନବରଙ୍ଗପୁର ରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!