ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଆଦିବାସୀ ଙ୍କ ଗୁଡିଚଗା ପର୍ବ 

ଥୁଆମୂଳ ରାମପୁର: ୪/୧୨- (ମ.ନି.ସ ) :- ଆଦିବାସୀ ଙ୍କ ସଂସ୍କୃତି ଓ ପାରମ୍ପାରିକରେ ଆଧାରିତ ଏହି ଟୋକିପର୍ବ ଚଳିତ ବର୍ଷ ପାଇଁ ଆୟୋଜନ କରିବାକୁ ଯାଉଛନ୍ତି ସେ ଅନୁସାରେ ମହା ଆଡମ୍ବର ସହକାରେ ରୀତିନୀତି ଅନୁସାରେ ବହୁ ପୂରାତନ ଯୁଗରୁ ଏହି ପ୍ରଥା ଚଳିଆସିଛି। ପର୍ବ ପାଳନ କରିବା ପାଇଁ ବିଭିନ୍ନ ଗ୍ରାମର ମୁଖିଆ ଓ ଗ୍ରାମଦେବୀ ମାନଙ୍କୁ ନିମନ୍ତ୍ରଣ କରାଯାଏ ପୂଜାର୍ଚ୍ଚନା ପାଇଁ ଗାଁରେ ଜାନୀ ଦିଶାରିଙ୍କ ନେତୃତ୍ବରେ ଗୁଡିଚଗା ପର୍ବ ପାଳନ କରାଯାଇଥାଏ। ସେହି ପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ମଧ୍ୟ ଏହି ଗୁଡିଚଗା ପର୍ବ ଆୟୋଜନ ହେଉଥିବା ବେଳେ ଆଜି ୪/୧୨/୨୦୨୨ ତାରିଖ ରବିବାର ଦିନ ନିକେଶଜୋର ଓ ମେଲକୁନ୍ଦେଲ ଗ୍ରାମ ମାନଙ୍କରେ ଗୁଡିଚଗା ପର୍ବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗୁଡିଚଗା ପର୍ବରେ ବହୁ ଗ୍ରାମର ଲୋକ ତାଙ୍କର ପାରମ୍ପରିକ ନୃତ୍ୟ ସଲପ ନିଶାନ ବାଦ୍ୟ ସହ ଉପସ୍ଥିତ ରହି ଗୁଡି ଓ ଗ୍ରାମ ପରିପାଶ୍ୱରେ ନାଚ ଗୀତ ରେ ବିଭୋର ହୋଇ ପ୍ରାୟତଃ ବନ୍ଧୁ ବାନ୍ଧବ ଙ୍କୁ ଆମନ୍ତ୍ରଣ କରିଥିଲେ। ଦୂରଦୂରାନ୍ତରୁ ନିଜନିଜ ବନ୍ଧୁବାନ୍ଧବ ସମସ୍ତେ ଏକତ୍ରିତ ଭାବରେ ମିଳିତ ହୋଇ ଗାଁରେ ଥିବା ଗୁଡି ଠାରେ ଗୁଡିଚଗା ପର୍ବ ପାଳନ ହୋଇଥିଲେ। ଟୋକି ପର୍ବ ପାଇଁ ଏହା ହେଉଛି ପ୍ରଥମ ପର୍ବ ଏଥିରେ ସଜବାଜ ହେବା ସହ ଆଗାମୀ ମାସରେ ଟୋକି ପର୍ବ ପାଇଁ ସମସ୍ତେ ସଜାଗ ହୁଅନ୍ତି। ଏଥିରେ ଥୁଆମୂଳ ରାମପୁର ସମେତ, ପିଣ୍ଡପଦର ବଡ଼ଵୋଣ୍ଡେଲ ଘୁତିଗୁଡା କୁମୁଡ଼ାବାହାଲ, ଗୋପାଳପୁର, ଡାକଖୋଟା, ଧମାନଗୁଡା, ପୋଇଗୁଡା, ଦେରଗୁଡା, ପାଲଜୋର, ସମେତ୍ ୩୦ ଖଣ୍ଡ ଗ୍ରାମର ଲୋକ ମାନଙ୍କର ସମାଗମ ହୋଇଥିଲା, ପରିଶେଷରେ ସମସ୍ତ ଅତିଥିଙ୍କୁ ସମ୍ମାନର ସହିତ ଆୟୋଜକ ମଣ୍ତଳୀ ତଥା ପୂଜା କମିଟି ସଦସ୍ୟ ବୃନ୍ଦ ପାଛୋଟି ନେଇ ଆସନରେ ବସାଇଥିଲେ। ଏଥିରେ ଅଞ୍ଚଳ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ, ବରିଷ୍ଠ ନେତା, ମାନଙ୍କର ଉପସ୍ଥିତ ଯୋଗୁଁ ଆହୁରି ଗୁଡିଚଗା ପର୍ବଟି ଦ୍ବିଗୁଣିତ ଉତ୍ସାହ ସୃଷ୍ଟି ହୋଇଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରଜ ସୁନ୍ଦରୀ- ୨୦୨୨ ମୁକୁଟ ପିନ୍ଧିଲେ ଆନନ୍ଦପୁରର ସ୍ମୃତିରେଖା 

Sunil Chandra Nayak

ଖଜୁରୀପଦରଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ଧନମତି ଙ୍କ ପାଇଁ ଆବାସ ଯୋଜନା ସାତ ସପନ !

Sunil Chandra Nayak

Leave a Comment

error: Content is protected !!