ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଷା କେହି କାହାର ଶତ୍ରୁ ନୁହନ୍ତି, ସମସ୍ତେ ପରିପୂରକ

ଧର୍ମଗଡ଼,ତା୯/୧୦- (ମ ନି ସ)  ମାଁ ର ଯେମିତି ବିକଳ୍ପ ନାହିଁ। ଭାଷାର ବି ବିକଳ୍ପ ନାହିଁ। ନିଜ ମାଁ ମାଟିକୁ ଯିଏ ହତାଦର କରେ ସେ କେବେ ଅନ୍ୟକୁ ଆପଣାର କରି ପାରେନି। ତେଣୁ ମାତୃଭାଷା ହେଉଛି ଜୀବନ। ଅନ୍ୟ ଭାଷା ହେଉଛି ଜୀବିକା। ନିଜ ଜୀବିକା ନିର୍ବାହ କରିବା ପାଇଁ ମଣିଷକୁ ଇଂରାଜୀ ଶିଖିବାକୁ ପଡେ । ଇଂରାଜୀ ବି ଏକ‌ ଭାଷା । କୋର୍ଟ କଚେରୀ ବିଭିନ୍ନ ଦପ୍ତରରେ‌ ଇଂରାଜୀ ଭାଷାର ବହୁଳ ବ୍ୟବହାର ପାଇଁ ଇଂରାଜୀ ଶିଖିବାର ଆବଶ୍ୟକତା ରହିଛି। କିନ୍ତୁ ନିଜ ଭାଷାକୁ ହତାଦର କରି ନୁହେଁ। କାରଣ କୌଣସି ଭାଷା କାହାର ଶତ୍ରୁ ନୁହନ୍ତି। ଜାଣତରେ ହେଉ କି ଅଜାଣତରେ ହେଉ ଓଡିଆ ଇଂରାଜୀ ସହ ହିନ୍ଦି ତେଲୁଗୁ ଭାଷା ବି ଗୋଟିଏ ବାକ୍ୟରେ ବ୍ୟବହାର ହେଉଛି । ସମସ୍ତେ ସମସ୍ତଙ୍କ ପରିପୂରକ ବୋଲି ଇଂଲିଶ ସପୋର୍ଟ ମିଶନ ଦ୍ଵାରା ଆୟୋଜିତ ଦଶବର୍ଷ ପୂର୍ତ୍ତି ଅବସରରେ ଯୋଗଦେଇଥିବା ବିଶିଷ୍ଟ ଭାଷାବିତମାନେ ପ୍ରକାଶ କରିଥିଲେ। ଦେଶ କା ମେଣ୍ଟର ତଥା ଇଂଲିଶ ସପୋର୍ଟ ମିଶନର ପ୍ରତିଷ୍ଠାତା ପଞ୍ଚାନନ ଦୂରିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ English of foreign languageର ପୂର୍ବତନ କୁଳପତି ପ୍ରଫେସର ଗଣେଷନ ଭାଷାର ସରଳୀକରଣ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଭାବେ national multilingualର ଉପଦେଷ୍ଟା ଡା.ମହେନ୍ଦ୍ର ମିଶ୍ର ଯୋଗଦେଇ ବିଭିନ୍ନ ଭାଷା ମଧ୍ୟରେ ଥିବା ସମ୍ପର୍କକୁ ନେଇ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଡା ବାସୁଦେବ ସୁନାନୀ, ଅଧ୍ୟାପକ ଲିଙ୍ଗରାଜ ପାତ୍ର,ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ,ରତିନ୍ଦ୍ର ରାଏ, ଭକ୍ତ ଚରଣ ଭୋଇ, ଡା ପ୍ରିୟା ଶଶିଧରନ, ଅବସରପ୍ରାପ୍ତ ଜେଲ ଅଧିକ୍ଷକ ପ୍ରେମାନନ୍ଦ ବାଗ, ଡା ପିତାମ୍ବର ବେହେରା,ଲେଫ୍ଟନାଣ୍ଟ ଉଦୟ ନାଏକ, ଡା ସଂଯୁକ୍ତା ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମକୁ ପଞ୍ଚାନନ ଦୂରିଆ, ଅଙ୍କିତ ରଥ,ତରଣୀସେନ ଦୁର୍ଗା, ଶୁଭ୍ରାଂଶୁ ଦାସ ପରିଚାଳନା କରିଥିବାବେଳେ ଶୁଭେନ୍ଦୁ ପଣ୍ଡା, କମଳାକାନ୍ତ ବିହାରୀ, ଲିଙ୍ଗରାଜ ପ୍ରଧାନ, ବଙ୍କିମ ସାଗର, ଚକ୍ରଧର ପ୍ରଧାନ, ଢଗଢମାଳି ନାଏକ, ରାଜେନ୍ଦ୍ର ଧୂଳିଆ,କାମେଶ ନାଗ ,ପ।ରମୁଖ ସହଯୋଗ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବାର୍ଷିକ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ହରିହର ମିଶ୍ର ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!