ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକଲ୍ ର ରାଜ୍ୟ ସ୍ତରୀୟ ଖେଳକୁଦ , ହାଇଜମ୍ପରେ ସୁରୁଜୁଲିର ହରିପ୍ରୀୟା ରଣା ପ୍ରଥମ

କର୍ଲାମୁଣ୍ଡା: ଏକଲ୍ ଅଭିଯାନ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ସୁରୁଜୁଲି ଗ୍ରାମର ସୁଶ୍ରୀ ହରିପ୍ରୀୟା ରଣା ଉଚ୍ଚଡିଆଁ (ବାଲ୍ ବିଭାଗ)ରେ ପ୍ରଥମ ସ୍ଥାନ ହାସଲ କରି କର୍ଲାମୁଣ୍ଡା ବ୍ଲକ୍ ପାଇଁ ଗୌରବ ଆଣିଛନ୍ତି l ସେ ସୁରୁଜୁଲି ଗ୍ରାମର ରାଜପତି ରଣା ଓ ରଶ୍ମିତା ରଣାଙ୍କ ଦ୍ବିତୀୟ କନ୍ୟା l ବର୍ତ୍ତମାନ ସେ ସୁରୁଜୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଅଟନ୍ତି l ଖେଳ ପ୍ରତି ତାଙ୍କ ଆଗ୍ରହ ଯୋଗୁଁ ଆଜି ରାଜ୍ୟସ୍ତରରେ ପ୍ରଥମ ହୋଇଥିବା ଜାଣି ତାଙ୍କ ମାତା ପିତା ବହୁତ ଖୁସି ଅଛନ୍ତି l ପ୍ରଥମେ ବ୍ଲକ୍ ଓ ପରେ ଜିଲ୍ଲା ସ୍ତରରେ ଦୌଡ଼ ଓ ଉଚ୍ଚଡିଆଁ ରେ ପ୍ରଥମ ସ୍ଥାନ ହାସଲ କରିଥିଲେ l ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ହୋଇଥିବା ରାଜ୍ୟ ସ୍ତରୀୟରେ ଖେଳକୁଦ୍ ର ଉଚ୍ଚଡିଆଁ ପ୍ରତିଯୋଗତାରେ ହରିପ୍ରୀୟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଆସନ୍ତା ନଭେମ୍ବର ମାସରେ ଜାତୀୟ ସ୍ତରରେ ଖେଳିବା ପାଇଁ ଲକ୍ଷ୍ନୌ (ଉତ୍ତର ପ୍ରଦେଶ)କୁ ଯିବାକୁ ସ୍ଥିର ହୋଇଥିବା କର୍ଲାମୁଣ୍ଡା ବ୍ଲକ୍ ଏକଲ୍ ଅଭିଯାନ ର ପ୍ରମୁଖ ନିର୍ମଳ ରଣାଙ୍କ ଠାରୁ ଜଣାଯାଏ l ଏହି ଖବର ପ୍ରଚାର ହେବା ପରେ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନବରଙ୍ଗପୁର ରେ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Sunil Chandra Nayak

ମହିଳାଙ୍କ ନିଖୋଜ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ

Sunil Chandra Nayak

ଆମପାଣି ବୁଢାରଜା ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!