ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ, ରାମପୁର: ରାମୁଡ ଜଙ୍ଗଲ ନିକଟରେ ପୁଣି ରାତିରେ ଡକାୟତି 

ମ, ରାମପୁର,୦୧/୦୭ (ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ଥାନା ରାମୁଡ଼ ଜଙ୍ଗଲ ନିକଟରେ ଗତ କାଲି ମଧ୍ୟ ରାତିରେ ବଡ ଧରଣ ର ଡକାୟତି ଘଟଣା ଘଟିଥିବା ଖବର ଜଣା ଯାଇଛି । ଡକାୟତ ମାନେ ବିଭିନ୍ନ ଗାଡି କୁ ଲୁଟ୍ କରିବା ସହ ଗାଡ଼ି ଚାବି ଛଡାଇ ନେଇ ଯାଇଛନ୍ତି । ସେହି ସ୍ଥାନରେ ଏକ କୋଇଲା ବୋଝେଇ ଟ୍ରକ ରାସ୍ତା ରେ ଫଶି ଯାଇଥିବାରୁ ମ, ରାମପୁର – ରିଶିଡା ରାସ୍ତା ର ଦୁଇ ପାଶ୍ୱର୍ରେ ରେ ଅନେକ ଗାଡି ଅଟକି ରହିଥିଲା l ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ରାମୁଡ୍ ଜଙ୍ଗଲ ନିକଟ ରେ ଡକାୟତ ମାନେ ବିଭିନ୍ନ ଗାଡି କୁ ଅଟକାଇ ଗାଡି ଚାଳକ ଙ୍କୁ ବନ୍ଧୁକ ଦେଖାଇ, ମାଡ ମାରି ଟଙ୍କା ଓ ମୋବାଇଲ ଲୁଟିଥିଲେ । ପ୍ରାୟ ୫/୬ ଗାଡି କୁ ଲୁଟ୍ କରିଥିବା ବେଳେ ତିନୋଟି ଗାଡି ର ଚାବି ଛଡେଇ ପଳେଇ ଯାଇଥିଲେ । ବିଶାଖାପାଟଣା ରୁ ରାୟଗଡ ଯାଉଥିବା କୋଇଲା ବୋଝେଇ ଟ୍ରକ (ଏପି ୧୬, ଟି କିୟୁ ୧୭୬୮) ର ଡ଼୍ରାଇଭର ଙ୍କ କହିବା ମୁତାବକ, ଡ଼କାୟତ ମାନେ ପ୍ରଥମେ ଗାଡି ଅଟକେଇ ସିଧା ଗାଡି ଉପରକୁ ଯାଇ ବନ୍ଧୁକ ଦେଖେଇ ପ୍ରଥମେ ଗାଡି ଚାବି, ମୋବାଇଲ୍ ସହ ତିରିଶ ହଜାର ଲୁଟ୍ କରିବା ସହ ମାଡ ମାରି ଥିଲେ ଏବଂ ପ୍ରାୟ ତିରିଶ ହଜାର ଟଙ୍କା ନେଇଗଲେ। ଗାଡି ର ହେଲ୍ପର କୌଶଳ କ୍ରମେ ଗାଡି ରୁ ବାହାରି ରାସ୍ତା କଡ଼ ଜଙ୍ଗଲ ରେ ଲୁଚି ଯାଇଥିଲା। ଏଇ ଟ୍ରକ୍ ଟି ରାସ୍ତା ଅବରୋଧ କରି ରହିଥିବା ଦେଖି ରାଇଘର୍ ରୁ ପୁରୀ ଯାଉଥିବା ଗାଡି (ଓଡି ୦୨ବିପି୦୭୩୮) ର ଚାଳକ ଗାଡି ଦୁର୍ଘଟଣା ଘଟିଛି ଭାବି ଅଟକିବା ପରେ ପରେ ଡକାୟତ ମାନେ ପ୍ରଥମେ ଗାଡି ଚାଳକ କୁ ମାଡ ମାରି ବନ୍ଧୁକ ଦେଖେଇ ପ୍ରଥମେ ଚାବି ଓ ପରେ ଚାଳକ ସମେତ ଅନ୍ୟ ମାନଙ୍କ ଠାରୁ ଟଙ୍କା ଲୁଟ୍ କରିଥିଲେ। ଏଇ ସମୟ ରେ ଅନ୍ୟ ଏକ ଇକୋ ଗାଡି ସେଇ ରାସ୍ତା ରେ ଯାଉଥିଲା ଏବଂ ସେଇ ଗାଡ଼ିକୁ କିଛି କରି ନ ଥିଲେ ଡକାୟତ। ଏକ ଆପାଚି ବାଇକରେ ରେ ତିନିଜଣ ଯୁବକ ଏଇ ଡକାୟତି କରି ମ, ରାମପୁର ପଟକୁ ଆସି ଥିବା ଜଣାଯାଇଛି। ଠିକ୍ ସେହିପରି ମୋହନ ଗିରି ଠାରେ ଥିବା ଦେଶୀ ମଦ ଭାଟି ରୁ ମଧ୍ୟ ଡକାୟତି ହେଇଥିବା ଜଣା ପଡିଛି। ଉଭୟ ଘଟଣା ରେ ମ, ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ , ରିଶିଡା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝୀ ଙ୍କ ନେତୃତ୍ଵ ରେ ସାରା ରାତି ଘଟଣା ର ଛାନଭିନ କରିଛନ୍ତି ଏବଂ ତଦନ୍ତ ଚଳାଇଛନ୍ତି l ତେବେ ଗୋଟିଏ ସପ୍ତାହ ଭିତରେ ମ, ରାମପୁର ଅଞ୍ଚଳ ରେ ଚାରୋଟି ଡକାୟତି ପୁଲିସ୍ ପାଇଁ ମୁଣ୍ଡ ବ୍ୟଥା ଏବଂ ଚ୍ୟାଲେଞ୍ଜ ସାଜିଥିବା ବେଳେ ସାଧାରଣରେ ସୁରକ୍ଷା ନେଇ ଉଦବେଗ ପ୍ରକାଶ ପାଇଛି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

କଳାହାଣ୍ଡି ରେ ଲୋପ ପାଇଯାଇଥିବା କଫି ଚାଷକୁ ପୁନଃ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆମେ ଓଡ଼ିଆ

ଜୁନାଗଡ଼ ସବୁମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!