ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିନତୀ ମିଶ୍ର ଙ୍କ କବିତା ଭୁଲ

ଭୁଲ

ଏ ଜୀବନ ର ଚଳାପଥ

 

ଅସଜଡ଼ା, ଆବଡା ଖାବଡ଼ା

ଅସୀମା ପଥ

ବାରମ୍ବାର ଝୁଣ୍ଟି ପଡୁଛି

ତଥାପି ଚାଲିଛି

କେତେ ଅବା ସମୟ

ଦୁର୍ଗମ ବାଟ ସରୁ ନାହିଁ,

ସବୁ ଭୁଲ ତୁମର

ଅସ୍ଥିର କରିପାକଉଛି ଭାବନା

କେତେ ସୁଧାରିବା ନିଜକୁ

କେବଳ କଥା କହିବାରେ

ପଡିଗଲେ ଆହା କହିବା

ଦୂର କଥା

ମାନ ଅଭିମାନ କୁ

ପଦେ କଥା ନାହିଁ

ବୁଝାଇବାରେ ଅସମର୍ଥ

କେବଳ ତାନା!

ସତରେ….

ଜୀବନଟାର ଭୁଲ,

ନା କର୍ମ ର ଭୁଲ,

ନା, ଜନ୍ମ ର ଭୁଲ l

 

ମିନତୀ ମିଶ୍ର

ଦୋଳମଣ୍ଡପ ସାହି, ପୁରୀ

Related posts

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା କି ! ଦୁର୍ଦ୍ଦିନ’

ବିଦ୍ୟୁତ ଆଘାତ ରେ ମଇଁଷି ଓ ଛାତ୍ର ମୃତ୍ୟୁ ଘଟଣା : ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!