ଗହ୍ମା ଡିଆଁ ଲୁପ୍ତ କଳା ସଂସ୍କୃତି କୁ ଉଜ୍ଜବିତ କରିବା ନିମନ୍ତେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ନାଥ ମନ୍ଦିର ପରିଚାଳନା କମିଟି ଜିରିଙ୍ଗିପଡା ପକ୍ଷରୁ ଗହ୍ମାଡିଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନାଯୋଗ୍ୟ ଓଡ଼ିଶା ଏକ କଳା ସଂସ୍କୃତି ଐତିହ୍ୟ ପରମ୍ପରା ର ରାଜ୍ୟ । ଏହି ଐତିହ ପରମ୍ପରା ମଧ୍ୟରେ ଓଡ଼ିଶା ର ଗଣ ପର୍ବ ଗହ୍ମା ପୂର୍ଣ୍ଣିମା ଏବଂ ରାକ୍ଷୀ ବନ୍ଧନ। ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଇଥାଏ। ଚାଷ କାମର ଆରାଧ୍ୟ ଠାକୁର ହଳ ଲଙ୍ଗଳ ଧାରୀ ଶ୍ରୀ ଶ୍ରୀ ବଳରାମ ଙ୍କର ଜନ୍ମ ଦିବସ ହୋଇଥିବା ରୁ ବଳରାମ ଠାକୁର ଙ୍କୁ ପୂଜା ଯଥା ବିଧି ରୀତି ନୀତି ନିୟମ ଅନୁସାରେ କରାଯାଇ ପାଳନ କରାଯାଇଥାଏ ଏଵଂ ଚାଷୀ ଭାଇ ଗୋ ପୂଜା କରିଥାଏ। ଗୁହାଳ ପୂଜା କରି ଗୋମାତା କୁ ଗାଧେଇ ଦେଇ ଗୋମାତା ର ସିଂଙ୍ଘ ରେ ରାକ୍ଷୀ ବନ୍ଧନ କରି ଚାଷୀ ଭାଇ ପୂଜାର୍ଚ୍ଚନା କରନ୍ତି। ତା ସହିତ ଏହି ପବିତ୍ର ଦିନରେ ଭଉଣୀ ମାନେ ଭାଇର ସେହ୍ନ ମମତା ଓ ଭାଇ ଠାରୁ ସୁରକ୍ଷା ପାଇବା ପାଇଁ ଭାଇର ଶୁଭ ମନାସି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏହି ଶ୍ରାବଣ ପୂର୍ଣ୍ଣିମା କୁ ଗହ୍ମା ପୂର୍ଣ୍ଣିମା ଭାବେ ପାଳନ କରି ଗହ୍ମା ଡିଆଁ ର ମଜା ନେଇଥାନ୍ତି ଛୋଟରୁ ବଡ଼ ପର୍ଯ୍ୟନ୍ତ ଯୁବକ ମାନେ। ଏହି ଗହ୍ମା ଡିଆଁ କଳା ସଂସ୍କୃତି ଗଣପର୍ବ ଆଜି ଲୋପ ପାଇବାକୁ ବସିଲାଣି । ଏହି ବିଲୁପ୍ତ ଗହ୍ମା ଡିଆଁ ପର୍ବ କୁ ବଜାୟ ରଖିବା ପାଇଁ କନ୍ଧମାଳ ଜିଲ୍ଲା ସଦର ମହକୁମା ଜିରିଙ୍ଗିପଡା ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ଦିର ପରିଚାଳନା କମିଟି ପକ୍ଷରୁ କର୍ମକର୍ତ୍ତା ଙ୍କର ବଳିଷ୍ଠ ଉଦ୍ୟମ ରେ ଏହି ଗହ୍ମାଡିଆଁ ପର୍ବ ବହୁ ସମାରୋହରେ ପ୍ରଭୁ ନୃସିଂହ ଠାକୁର ଙ୍କର ଜିରିଙ୍ଗିପଡା ସ୍ଥିତ ଯାତ୍ରା ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଜିରିଙ୍ଗିପଡା ଗ୍ରାମ ର ଛୋଟ ପିଲା ମାନେ ଗହ୍ମା ଡେଇଁ ଥିବା ବେଳେ ଗ୍ରାମର ବଡ଼ ଯୁବକ ମାନେ ମଧ୍ୟ ଗହ୍ମା ଡେଇଁ ମଜା ଉଠାଇ ଥିଲେ। ଖାତା,ଛବିଳ ବର୍ଣ୍ଣ ବୋଧ, ସହଜ ଇଂରାଜୀ ହିନ୍ଦୀ ଶିକ୍ଷା ବହି,କମ୍ପାସ ,ପେନ ପେନ୍ସିଲ ,ଶିକ୍ଷା ଉପକରଣ, କଣ୍ଢେଇ,ଘଣ୍ଟା, ଛତା, କ୍ରିକେଟ ବ୍ୟାଟ,ବଲ ,ବିଭିନ୍ନ ପ୍ରକାର ଖେଳଣା, ପ୍ରସାଧାନ ସାମଗ୍ରୀ ଫେସ କ୍ରିମ,ପାଉଡର,ବ୍ରୋସ ପେଷ୍ଟ,କୁରକୁରେ, ଚକଲେଟ ବିସ୍କୁଟ ଥଣ୍ଡା ବୋତଲ ଭଳି ବିଭିନ୍ନ ସାମଗ୍ରୀ ଲାଠି ରେ ବନ୍ଧା ହେଉଥିଲା ଛୋଟ ପିଲା ଙ୍କ ଠାରୁ ବଡ ଯୁବକ ପର୍ଯ୍ୟନ୍ତ ସମସ୍ତେ ଘାସ ବାଲି ମାଟି ନିର୍ମିତ ଗହ୍ମା ଉପରୁ ଲମ୍ପ ଡିଆଁ ଦେଇ ଲାଠି ରେ ବନ୍ଧା ହୋଇଥିବା ବିଭିନ୍ନ ସାମଗ୍ରୀ ପାଇବା ପାଇଁ ଚେଷ୍ଟା କରି ବିଭିନ୍ନ ଉପକରଣ ପାଇଁ ଖୁସି ଅନୁଭବ କରିଥିଲେ। ଏହି ଗହ୍ମା ଡିଆଁ କାର୍ଯ୍ୟକ୍ରମ ଦେଖିବା ନିମନ୍ତେ ଫୁଲବାଣୀ ସହର ର ସହସ୍ରାଧିକ ପୁରୁଷ ମହିଳା ଦର୍ଶକ ମାନଙ୍କର ପ୍ରବଳ ଭିଡ ଜମିଥିଲା । ଏହି ଗହ୍ମା ଡିଆଁ କାର୍ଯ୍ୟକ୍ରମ ଅବସରରେ ମହିଳା ମାନଙ୍କ ନିମନ୍ତେ ମିୟୁଜିକ ଚେୟାର ଖେଳ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି ମିୟୁଜିକ ଚେୟାର ଖେଳ ରେ ଯେଉଁ ମହିଳା ମାନେ ପ୍ରଥମ ହେଉଥିଲେ ସେହି ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ କମିଟି ପକ୍ଷରୁ ବିଭିନ୍ନ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜିତ କରିବା ର ମହତ ଉଦେଶ୍ୟ ହେଉଛି ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି ଏବଂ ଓଡ଼ିଶା ରୁ ଲୋପ ପାଇଯାଉଥିବା କଳା ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଆମ କମିଟି ପକ୍ଷରୁ ଏହି ଗହ୍ମା ଡିଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଜିରିଙ୍ଗିପଡା ମନ୍ଦିର ପରିଚାଳନା କମିଟି ସଭାପତି କରମ ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ଟାଇ ନାୟକ,ବଳଦେବ ବେହେରା,ଶିବଶଙ୍କର ବେହେରା, ପଙ୍କଜ ବେହେରା,ଲଳିତ ବେହେରା, ଦାରୁଣ ବେହେରା, ବୈଦ୍ୟନାଥ ନାୟକ, ସୁଜିତ ବେହେରା,ଦିନେଶ ବେହେରା, ଧରମ ବେହେରା,ସୁଶାନ୍ତ ନାୟକ,ପ୍ରକାଶ କଁହର, ଦିଲ୍ଲୀପ ନାୟକ,ଦିଜବର କଁହର, ମୋନଜ ବେହେରା,ଜୟନ୍ତ ବେହେରା, ଅନୀଲ ନାୟକ ପ୍ରମୁଖ ସହଯୋଗ କରିଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ