ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଅନୁଷ୍ଠିତ

ରାଉରକେଲା/ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ ପାଠାଗାରର ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ବରିଷ୍ଠ ସଦସ୍ୟ ବିଜୟ କୁମାର ବରାଳଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ଆବାହକତ୍ବରେ ଆୟୋଜିତ ଏହି ଆସରରେ ଶିକ୍ଷାବିତ୍ ରାଜକୁମାର ମହାନ୍ତି ଆଲୋଚ୍ୟ ବିଷୟ ‘ଆଧୁନିକ କବିତାର ସ୍ବର ଓ ଦିଗ’ସଂପର୍କରେ ଆଲୋଚନା କରିଥିଲେ। ଶ୍ରୀ ମହାନ୍ତି ଏ ସଂପର୍କରେ ମତରଖି କହିଲେ ଯେ କବିତା ମଧ୍ୟରେ ଫବିତା ଅଛି। କବିତାରେ ଶବ୍ଦ କଥା କହେ । ଆଧୁନିକ କବିତାରେ ମଧ୍ୟ ଛନ୍ଦ ଅଛି। କବି ସୃଷ୍ଟିର ଅନ୍ତର୍ନିହିତ ଚେତନାକୁ ପାଠକ ପାଖରେ ପହଞ୍ଚାଇ ଦେଇପାରେ। କାରଣ ପ୍ରତ୍ୟେକ ଜିନିଷର ଅନ୍ତର୍ନିହିତ ଗୁଣକୁ କବିହିଁ ଆବିଷ୍କାର କରିପାରେ। ଯାହା ଭୂମିଷ୍ଠ ହୋଇନାହିଁ ତାକୁ ଭୂମିଷ୍ଠ କରାଇପାରିଲେ ତାହା କବିର ଶ୍ରେଷ୍ଠ କବିତା ହୋଇଯାଏ। କବିତାରେ ଅନେକ ସ୍ବର ଅଛି। କବିତାରେ ମୂଲ୍ୟବୋଧ ରହିଲେ ତାହା ପାଠକୀୟ ଆଦୃତି ଲାଭ କରିବ। ଏହା ପରେ ସଂପାଦକ ଶ୍ରୀ ଆଚାର୍ଯ୍ୟ ଗଳ୍ପ ‘ ସହରରୁ ପଲ୍ଲୀ’ ପାଠ କରିଥିବା ବେଳେ ଗଳ୍ପଟିକୁ ସମୀକ୍ଷା କରିଥିଲେ ଅଧ୍ୟାପିକା ପ୍ରଣତୀ ବେହେରା। ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି,କିଶୋରୀ ମୋହନ କର, ଅକୃର ମାର୍ଥା ସୁବାସିନୀ ସାହୁ ଓ ତ୍ରିନାଥ ସିଂ ଶ୍ରୋତୀୟ ମନ୍ତବ୍ଯ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ, ଦୀପ୍ତି ମହାନ୍ତି, ପୀତବାସ ପ୍ରଧାନ, ସଂଜୁକ୍ତା ଦାଶ,କିଶୋରୀ ମୋହନ କର ଓ ସୁବାସିନୀ ସାହୁ ପ୍ରମୁଖ କବିତା ପାଠ କରିଥିବାବେଳେ ତ୍ରିନାଥ ସିଂ କବିତା ଗୁଡିକୁ ସମୀକ୍ଷା କରିଥିଲେ। ବରିଷ୍ଠ ସଦସ୍ୟ ଗଦାଧର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଶରତଚନ୍ଦ୍ର ପଣ୍ଡା, ହରିହର ଶତପଥୀ, ଟି ସାହା,ଡଃ ଶକ୍ତି ପ୍ରସାଦ ସାମନ୍ତରାୟ ,ସୁବାସ ଚନ୍ଦ୍ର ଲେଙ୍କା, ପ୍ରିୟା ପାତ୍ର, ମଞ୍ଜୁଳା କୁମାରୀ ରଥ,ଉମାକାନ୍ତ ପଣ୍ଡା, ଶାନ୍ତି ତ୍ରିପାଠୀ, ଭାଲୁଲତା ଘଡେଇ, ନିରୁପମା ଚାନ୍ଦ, କବିତା ଦାଶ,କମଳ ଆଚାର୍ଯ୍ୟ, ସୁନିଲ୍ ମହାନ୍ତି, ବସନ୍ତ ମହାରଣା, ବିବେକ ପାତ୍ର, ଶରତଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରାଇଙ୍ଗପୁର ନଗର ରେ ବିଜୟା ଦଶମୀ ଉତ୍ସବ ପାଳିତ

Sunil Chandra Nayak

ଭାରତ ଜୋଡୋ ଅଭିଯାନ କୋକସରା ଠାରେ କଂଗ୍ରେସ ଯୋନ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

Sunil Chandra Nayak

ପ୍ରକୃତି ଓ ଜଳ ସଞ୍ଚୟ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

Leave a Comment

error: Content is protected !!