ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଚାବି

       ଚାବି 

        ଅପର୍ତ୍ତି ସେଠୀ

          (ରମ୍ଯରଚନା)
ଚାବି କୋଲପର ଖେଳ ଏ ସଂସାର
         ତନ୍ମଧ୍ୟରେ କଟକଣା,
ନୀତି ନିୟମର ଆକଟ ଭିତରେ
         ବଞ୍ଚିବାକୁ ହୁଏ ସିନା।
ସମ୍ବିଧାନ ଚାବି ନିୟନ୍ତ୍ରଣ କରେ
         ଗଣତନ୍ତ୍ର ସରକାର, 
ବ୍ଯକ୍ତି ଏଠି ସତ୍ଯ‌ ଚାବି ଧରିଥିଲେ
          ପାଏ‌ ନାଯ୍ଯ ଅଧିକାର।
ଶିଶୁଟିଏ ଯେବେ ବିଦ୍ୟାଳୟ ଯାଏ
         ବିଦ୍ଯା ଅଧ୍ୟୟନ ପାଇଁ,
ତା’ ଜ୍ଞାନ ସିନ୍ଧୁକ‌ ଗୁରୁ ଖୋଲିଥାନ୍ତି
        ଚାବି ଟିଏ ନିଜେ ହୋଇ।
ଚାବି ସିନା ଛୋଟ ବଡ଼ ଭଣ୍ଡାରକୁ
        ନିମିଷକେ‌ ଖୋଲିଦିଏ,
ଅଣସୂତ୍ର ଚେଷ୍ଟା ହୋଇଥାଏ ବୃଥା
       ସୁଫଳ ମିଳି ନ ଥାଏ।
ଜଟିଳ ଗଣିତ ଯେବେ ତୁ କଷିବୁ‌
        ସୂତ୍ରଟିଏ ଚାବି କରି,
ସଂଖ୍ୟା ପଣିକିଆ ବାବୁରେ ଯେମିତି
        ହେଜିଥିବୁ ମନ କରି।
ଚାବିଟିଏ‌ ଛୋଟ ଜାହାଜ ବିରାଟ
        ଅବିଳମ୍ବେ ଚାଲୁକରେ,
ସେଇ ଚାବିଟିଏ‌ ରିମୋଟ‌୍‌ କଣ୍ଟ୍ରୋଲ
       ରକେଟ‌ ଆକାଶେ ଛାଡେ।
ମାରଣା‌ ହାତୀକୁ ଅଙ୍କୁଶ ତ ଚାବି
       ଓଲଇ ବେକରେ ଘଣ୍ଟି,
ଟ୍ରାଫିକ୍‌ ସଙ୍କେତ ସୁରକ୍ଷାର ଚାବି
        ଚାବିଟି ଦୋଷୀର ଶାସ୍ତୀ।
ରୋଗୀଣା ଦେହକୁ ଔଷଧ ଯେ ଚାବି
        ପଥିକର‌ ନୂଆ ଆଶା,
ସଧବା ମଥାରେ ସୁହାଗଟି ଚାବି
        ଅନ୍ଧର‌ ବାଡ଼ି ଭରଷା।
ଭାବୁକ ମନର କଳ୍ପନା ଯେ ଚାବି
        ଲେଖକ ଚାବି ଲେଖନୀ,
କବି କବିତାର ତାଲା ଖୋଲୁଥାନ୍ତି
        ଶବ୍ଦର ଚାବିକୁ ଘେନି‌।
ମୁଁ ନିଜେ ଗୋଟେ ପୁରୁଣା‌ କୋଲପ
        ଘରଣୀ ମୋହର ଚାବି,
ତା’ ଇଚ୍ଛାରେ ମୁଁ ଖୋଲିବି ପଡିବି
        ଯେତେ ଦିନ ବଞ୍ଚିଥିବି। 
ପ୍ରେମରେ ପଡିଲେ ତାଲାଟିଏ‌ ବାବୁ
        ଖୋଲେ ସେ ସ୍ନେହ ଚାବିରେ‌ ,
ବାତ୍ସଲ୍ୟ ପ୍ରେମର ଚାବିଟିଏ ଥାଏ
       କେବଳ ମାଆ ପାଖରେ।
ଅମା ଅନ୍ଧାରର‌ ତମସା ଦୂରେଇ
       ସୂର୍ଯ୍ୟାଲୋକ ଚାବି ସମ,
ଏ ପାପୀ ଜୀବନ ମୁକତି ପାଇଁକି
       ସାହା ଏକା ରାମ ନାମ।
ପ୍ରଭୁଙ୍କ ହାତରେ ଚାବି ସିନା ଅଛି 
        ଜଗତ ମାୟା‌ କୋଲପ,
ସେକୋଲପ ନିଶ୍ଚେଆପେ ଖୋଲିଯିବ
        ବେଳହୁଁ ଗୋବିନ୍ଦ ଜପ। 

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

     

Related posts

masiha

ଏଡିସନାଲ ଡାଇରେକ୍ଟରଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

ଗମ୍ଭାରୀଆ-ଜଗନ୍ନାଥପୁର ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!