ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ହେମନ୍ତ ସନ୍ଧ୍ୟା

ହେମନ୍ତ ସନ୍ଧ୍ୟା

ନଳିନୀ ପ୍ରଭା ମିଶ୍ର

ହୈମନ୍ତିକ ସନ୍ଧ୍ୟା ହୁଅଇ ଆଗତ
  ଦିବସ ହୁଅଇ ହ୍ରାସ 
ଧରଣୀ ରାଣୀ ରକ୍ତିମ ତା ତେଜି
  ଧର ଇ ପାଶୁଂଳ ବେଶ।
ନ ଥାଏ ଉଦ୍ଦୀପ୍ତ ଆଭା 
  ସୂର୍ଯ୍ୟଙ୍କର ସନ୍ଧ୍ୟା ଆସେ ଧୀରେ ଧୀରେ
ରଜନୀ ରାଣୀ ତା’ କଳା ଓଢଣି କୁ
  ଆବୃତ କରେ ମହୀରେ।
ଗ୍ରାମ୍ୟ ବଧୂ ଦିଏ ବୃନ୍ଦା ବତୀ ପୀଠେ
  ସଂଜ ର ଶୁଭ ଦୀପାଳି
ପୂଣ୍ୟ କାର୍ତ୍ତିକ ର ଆକାଶ ଦୀପଟି
    ଉର୍ଦ୍ଧୁ ଉର୍ଦ୍ଧେ ଉଠେ ଜଳି।
ମନ୍ଦିର ରେ ଶୁଭେ ଘଣ୍ଟ,ଘଣ୍ଟା 
  ଧ୍ବନି ପୁରାଣ ପାଠର ବେଳ
ଆଧ୍ୟାତ୍ମିକ ଭାବ ଦିଏ ବିଶେଷତ୍ବ 
 ‌ ହୈମନ୍ତିକ ସାନ୍ଧ୍ୟ କାଳ।
ପହିଲି ଶୀତର ଶୀତଳ ସମୀର
   ଦେହକୁ ଯାଉଛି ଛୁଇଁ 
ଶାଳୀ ଧାନ୍ୟ କେଣ୍ଡା କେଦାରେ
  କେଦାରେ ଗର୍ଭ ଭାରେ ଯାଏ  
    ନ ଇ୰।
ଅଳସୀ ଜହ୍ନ ର ଲୁଚକାଳି ଖେଳ
  ମେଘ ଆଢୁଆଳୁ ଆସେ
ଟୁବି ଗାଡ଼ିଆ ରୁ କୁବଳୟ ଚାହିଁ
  ଲାଜେଇ ଲାଜେଇ ହସେ।
ମେଘୁଆ ଆକାଶେ ମିଞ୍ଜି ମିଞ୍ଜି
  ତାରା ହେମନ୍ତ ର ବିଭା ଧରି
ନବୀନ ଋତୁର ନୂଆଁ ଅନୁଭବ
  ଦିଏ ଆନମନା କରି।
ଶିଶିର ସ୍ନାତା ଏ ଧରଣୀ ବୁକୁ ରେ
  ପିଚୃପ୍ରସୂ ଆଗମନ
ପୂଣ୍ୟ କାର୍ତ୍ତିକ ର ପବିତ୍ର ବେଳାରେ
   ପୂତ ହୂଏ ଦେହ ମନ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

Related posts

ଜାତୀୟ କ୍ରୀଡା ଦିବସ ପାଳିତ

Sunil Chandra Nayak

ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

Sunil Chandra Nayak

ଗ୍ରାମକୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

Sunil Chandra Nayak

Leave a Comment

error: Content is protected !!