ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନକ ପ୍ରେସ ନାମରେ ସରପଞ୍ଚ ଙ୍କୁ କୋଡ଼ିଏ ହଜାର ଟଙ୍କା ଚାନ୍ଦା ମାଗିବା ଅଭିଯୋଗ

ଚନ୍ଦାହାଣ୍ଡି 6/10(ମ ନି ସ )– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସରଧାପୁର ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲେବନୀ ମାଝି ଙ୍କୁ ପାଟଖଲିଆ ଗ୍ରାମର ଚତୁର ଗହୀର (30) ନାମକ ଜଣେ ଯୁବକ ନିଜକୁ କନକ ପ୍ରେସ ର ସାମ୍ବାଦିକ କହି କୋଡ଼ିଏ ହଜାର ଟଙ୍କା ଚାନ୍ଦା ଦାବୀ କରିବା ସହ ତାଙ୍କ ନାମରେ ଭିଡିଓ ଭାଇରାଲ କରି ଦେବାର ଧମକ ଦେଇ ଥିବା ନେଇ ଶ୍ରୀମତୀ ମାଝି ଚନ୍ଦାହାଣ୍ଡି ଥାନା ରେ ଏତଲା ଦେଇ ଥିବା ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ଗଣମାଧ୍ୟମ କୁ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନା କେଶ ନଂ 115/22 ନୁସାରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ନାମରେ ଦଫା 384/506 ଲଗାଇ ଘଟଣା ର ତଦନ୍ତ ଭାର ଏସ ଆଇ ସମୀର କୁମାର ପ୍ରଧାନ କୁ ଦିଆ ଯାଇଥିବା ସେ ସୂଚନା ଦେଇଛନ୍ତି l ଘଟଣା କୁ ଚନ୍ଦାହାଣ୍ଡି ସାମ୍ବାଦିକ ସଙ୍ଘ ନିନ୍ଦା କରିବା ସହ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛି l ପୋଲିସ ସୂତ୍ରନୁସାରେ ପାଟଖଲିଆ ପଞ୍ଚାୟତ ସଦର ଗ୍ରାମର ଚତୁର ଗହୀର ଗତ  4 ତାରିଖ ଦିନ ଶରଧାପୁର ପଂଚାୟତ ସରପଞ୍ଚ ଲେବନୀ ମାଝି ଙ୍କୁ କନକ ପ୍ରେସ ର ସାମ୍ବାଦିକ କହି ଫୋନ ରେ 20 ହଜାର ବଟି ମାଗିବା ସହ ତାଙ୍କ ନିଜ ଘର ତେଲାତାଣ୍ଡି ଗ୍ରାମ କୁ ଯାଇ ପଇସା ମାଗିବା ସହ ତୁ ଆଦିବାସୀ କଣ କରିପାରିବୁ ତୋ ନାମରେ ଭିଡିଓ ଭାଇ ରାଲ କରି ଦେବୀ କହି ଧମକ ଦେଇ ଥିଲେ l ଶ୍ରୀମତୀ ମାଝି ଟଙ୍କା ଦେବା ରେ ଅକ୍ଷମ ପ୍ରକାଶ କରିବା ସହ ଯୁବକ ଚତୁର ଗହୀର ନାମରେ ଗତ 4 ତାରିଖ ରେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେଇ ଥିଲେ l ଏହା ପୂର୍ବ ରୁ ମଧ୍ୟ ସାମ୍ବାଦିକ ନାମରେ ତାଙ୍କୁ ଚତୁର ଗହୀର ହଇରାଣ କରିଥିବା ତାଙ୍କ ଏତଲା ରେ ଦର୍ଶାଇ ଛନ୍ତି l ଘଟଣା ଟିକୁ ଚନ୍ଦାହାଣ୍ଡି ପ୍ରେସ କ୍ଳବ ତରଫରୁ ନିନ୍ଦା କରାଯିବା ସହ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ପ୍ରେସ କ୍ଳବ ର ସଭାପତି ଦିଲୀପ କୁମାର ଦାସ l ଏ ସମ୍ପର୍କ ରେ କନକ ଟିଭି ର ଜିଲ୍ଲା ପ୍ରତିନିଧି ନଳିନୀ କୁମାର ମିଶ୍ର ଙ୍କୁ ଯୋଗା ଯୋଗ କରିବାରୁ ଚନ୍ଦାହାଣ୍ଡି ବ୍ଲକ ରେ ସେ ଭଳି କୌଣସି ବ୍ୟକ୍ତି ଙ୍କୁ ରଖା ଯାଇନି l ସମ୍ପୃକ୍ତ ବ୍ୟକ୍ତି ଙ୍କ ନାମରେ କନକ ପ୍ରେସ ତରଫରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆ ଯିବ ବୋଲି ସେ ପ୍ରକାଶ କରିଛନ୍ତି l ଏ ବାବଦ ରେ ଅଭିଯୁକ୍ତ ଯୁବକ ଚତୁର ଗହୀର କୁ ପଚାରିବାରୁ ଏହାକୁ ଖଣ୍ଡନ କରିବା ସହ ଏହା ମୋତେ ଫସା ଯାଉଛି ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l ଏହାର ନିରପେକ୍ଷ ତଦନ୍ତ କରି ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ କରାଯାଇଛି l ପ୍ରକାଶ ଯେ ଚନ୍ଦାହାଣ୍ଡି ବ୍ଲକ ରେ କିଛି ଯୁବକ ନିଜ ବାଇକ୍ ଓ କାର ରେ ପ୍ରେସ ଲେଖି ବୁଲିବା ସହ ବିଭିନ୍ନ ଅନୁଷ୍ଠାନ ରୁ ଧମକ ଦେଇ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି l ତେଣୁ ପୋଲିସ ଓ ବ୍ଲକ ପ୍ରଶାସନ ଏପରି ନକଲି ସାମ୍ବାଦିକ ମାନଙ୍କୁ ଚିହ୍ନଟ କରିବାକୁ ଜନସାଧାରଣ ଅନୁରୋଧ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କେତେବେଳେ ହନୁମାନ ତୁଳସୀ ଦାସଙ୍କ ସମ୍ମୁଖରେ ପ୍ରକଟ ହେଲେ

Sunil Chandra Nayak

ମ୍ୟୁଜିକ୍ ସର୍କଲରେ ବସନ୍ତ ସମରୋହର ୩ୟ ସଂଧ୍ୟା

Sunil Chandra Nayak

ରୋଗ ଶଯ୍ୟା ରେ ଘର ମୁରବୀ ଦିବାକର କୁମାର , ଔଷଧ କିଣିବା ପାଇଁ ପୁଅ ଗଲା ଦାଦନ, ସ୍ତ୍ରୀ କରୁଛି ଫେନ୍ସି ବେପାର

Sunil Chandra Nayak

Leave a Comment

error: Content is protected !!