ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯକ୍ରମ

ଚନ୍ଦାହାଣ୍ଡି -(୧୨/୮ ମ ନି ସ) ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ରେ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା ଅଭିଯାନ ନିମନ୍ତେ ସହର ରେ ମଣ୍ଡଳ ସଭାପତି ପ୍ରତାପ ବାଘ ଙ୍କ ନେତୃତ୍ଵ ରେ ଆରମ୍ଭ କରାଯାଇଛି । ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କା ଅମୃତ ମହୋତ୍ସବ ଦେଶରେ ପାଳନ କରାଯାଉଛି । ଘରେ ଜାତୀୟ ପତାକା ଲଗାଇବା ପ୍ରତ୍ୟେକ ଭାରତୀୟ ଙ୍କ ସ୍ୱପ୍ନ ଥିବା ବେଳେ ଆସନ୍ତା ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମାନ୍ତ୍ରୀ ଦେଶ ବାସି ଙ୍କୁ ଆହ୍ୱାନ କରିଛନ୍ତି । ହର ଘର ତ୍ରିରଙ୍ଗା ଅଭିଯାନର ପ୍ରଥମ ପଦକ୍ଷେପ ସ୍ୱରୂପ ଜାତୀୟ ପତାକା ଏବେ ପ୍ରତେକ ଘରେ ଲଗାଇବା ପାଇଁ ଅନୁରୋଧ କରାଯାଇଛି । ହର ଘର ତ୍ରିରଙ୍ଗା ଅଭିଯାନ କୁ କୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ଶୁକ୍ରବାର ବିଜେପି ପକ୍ଷରୁ ଶୋଭାଯାତ୍ରାରେ ଦେଶାତ୍ମବୋଧକ ନାରାଦେଇ ହନୁମାନ ମନ୍ଦିର ଠାରୁ ଥାନା ଏବଂ ମାଲଗାଁ ରୋଡ ରୁ ସମସ୍ତ ସାହି ପରିକ୍ରମା କରିଥିଲେ l କାର୍ଯକ୍ରମ ରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଶ୍ୟାମସୁନ୍ଦର ମାଝୀ, ଭାଜପା ନେତା ଦିଲୀପ ଦାସ, ଡମ୍ବରୁ ମାଝୀ, ଭୋଦେବ ବାଘ, ଅକାକୁ ଜାଲି , ଭରତ ବାଘ, ମହିନ୍ଦ୍ର ନାୟକ,ପ୍ରଭାତ ସୁନା, ଯାଦବ ବଗର୍ତ୍ତି, ଲଳିତ ପଟେଲ, ସୁକ୍ରୁ ନାୟକ, ଲୋଚନ କଟା, ମାନସିଂହ ଚୌହାନ, ତ୍ରିଲୋଚନ ବାଘ, ମୁରଲୀ ପୋଡ, ପ୍ରଭୁ ବାଘ, ରୋହିତ ପ୍ରଧାନ, ଭୁବନେଶର ସାଗର ପ୍ରମୁଖ ଯୋଗ ଦେଇଥିଲେ lହର ଘର ତ୍ରିରଙ୍ଗା ଅଭିଯାନକୁ ଚନ୍ଦାହାଣ୍ଡିବାସି ସ୍ୱାଗତ ଜଣାଇଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜୟ କୁମାର ମିଶ୍ର ଙ୍କ କବିତା ମୁଁ କଳିଯୁଗ ଭେଣ୍ଡା

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଦଶ ଭୁଜା

Sunil Chandra Nayak

ଭବାନୀପାଟଣା ଠାରେ ବିଶ୍ୱଜନସଂଖ୍ୟା ଦିବସ – ୨୦୨୨ ପାଳିତ 

Sunil Chandra Nayak

Leave a Comment

error: Content is protected !!