ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ

ପାପଡାହାଣ୍ଡି,1/9, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଡେଙ୍ଗାଗୁଡା ପଂଚାୟତ ଖର୍କି ସରକାରି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫ୍ରାନ୍ସସିସ ନାଗଙ୍କ ବଦଳି ପ୍ରତିବାଦରେ ଗୁରୁବାର ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରୀ ଛାତ୍ର ସହ ଅଭିଭାବକ | ଯେ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ନ ହୋଇଛି ସେମାନେ ବିଦ୍ୟାଳୟକୁ ଫେରିବେ ନାହିଁ ବୋଲି ଛାତ୍ରୀ ଛାତ୍ର କହିଥିବା ବେଳେ ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ଠୁଁକିବେ ବୋଲି ଚେତାବନୀ ଦେଇଛନ୍ତି | ସୂଚନା ମୁତାବକ ବିଦ୍ୟାଳୟରେ ଗତ 4ବର୍ଷରୁ ଉର୍ଧ୍ଵ ସମୟ ହେଲା ପ୍ରଧାନ ଶିକ୍ଷକ ଦାଇତ୍ୱରେ ରହି ଆସୁଥିଲେ | ଇତି ମଧ୍ୟରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି | ଯାହାକୁ ସାଧାରଣରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ଓ ଅଭିଭାବକ ମାନେ ଗ୍ରହଣ କରି ପାରିନଥିଲେ | ଏହାର ପ୍ରତିବାଦ କରି ବହୁ ସମୟ ଗେଟ ଆଗରେ ଧାରଣା ଦେବ ସହ କାନ୍ଦିକି ରହିଥିଲେ | ନାଗଙ୍କ ସମୟରେ ବିଦ୍ୟାଳୟର ବୋହୂ ଉନ୍ନତି କରଣ କାର୍ଯ୍ୟ ସହ ଛାତ୍ରୀ ଛାତ୍ର ମାନେ ହଷ୍ଟେଲ ସୁବିଧାଭଲ ଭାବରେ ପାଉଥିଲେ | ପାଠ ପଢ଼ାରେ ମଧ୍ୟ ବହୁତ ଉନ୍ନତି ହୋଇଥିଲା | ବିଦ୍ୟାଳୟ ପରିବେଶ ସଫା ସୁତୁରା ରହିଥିଲା | ଯଦି ସେ ବଦଳି ହୋଇ ଚାଲିଯିବେ ତା ହେଲେ ଛାତ୍ରୀ ଛାତ୍ର ମାନଙ୍କ ବିଦ୍ୟାଳୟ ପ୍ରତି ଯିବାକୁ ମନ ହେବ ନାହିଁ ବୋଲି ଅଭିଭାବକ କହିଛନ୍ତି | ଯଦି ବଦଳି ପ୍ରତ୍ୟାହାର ନ କରାଯାଏ ତେବେ ଛାତ୍ରୀ ଛାତ୍ର ବିଦ୍ୟାଳୟ ଛାଡିବା ସହ ଅଭିଭାବକ ବିଦ୍ୟାଳୟରେ ତାଲା ଠୁଁକିବେ ବୋଲି ଚେତାବନୀ ଦେଇଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା କୁହ ତମେ କୃଷ୍ଣ କାହାର 

Sunil Chandra Nayak

ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ଜନ ସାଧାରଣଙ୍କ ସେବା କରିବାର ଝୁଙ୍କ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ,ସବୁବେଳେ ଚର୍ଚ୍ଚାରେ

Sunil Chandra Nayak

Leave a Comment

error: Content is protected !!