ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇଦାପୋଷୀ ଗ୍ରାମରେ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ

ମୟୂରଭଞ୍ଜ -୦୧/୦୯/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଦୁଇ ନମ୍ବର ଓ୍ବାର୍ଡ ବାଇଦାପୋଷୀ ଗ୍ରାମର ପୁରୁଣା ସାହିକୁ ପିଇବା ପାଣି ଠିକ୍ ସମୟରେ ପହଞ୍ଚି ପାରୁନାହିଁ ।ସବୁ ଓ୍ବାର୍ଡବାସୀ ଯେମିତି ପାଣି ପାଉଛନ୍ତି ଏଠି ସେମିତି ପାଉ ନାହାଁନ୍ତି ।ପାଣି ପାଇଁ ଆବାଳ ବୃଦ୍ଧ ବନିତା ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।ସରକାର କହୁଛନ୍ତି ହର୍ ଘର୍ ଜଲ୍ ।ହେଲେ ଏଠାରେ ତାହା ଓଲଟା ଯୋଗୁଁ ଗ୍ରାମବାସୀ ଆଜି ଗରାମାଠିଆ ଧରି ଧାରଣାରେ ବସିଥିଲେ । ପରେ ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ଶିଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବାପରେ ଗ୍ରାମବାସୀ ଧାରଣାରୁ ଓହରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ପ୍ରତିମା ଶତପଥି ଙ୍କ କବିତା   ଶଙ୍ଖା  ସିନ୍ଦୁର 

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିଦ୍ୟାଧର ଚମ୍ପୂ  ଇ 

ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶରେ ଭବାନୀପାଟଣା ବ୍ଳକ ସଭା ଗୃହରେ ଏକ ସଚେତନ କାର୍ଯ୍ଯକ୍ରମ

Leave a Comment

error: Content is protected !!