ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଡ଼୍ରାଇଭର ଦିବସ ପାଳିତ

ମୟୂରଭଞ୍ଜ -୦୧/୦୯/୨୦୨୨(ମସିହା)  ଆଜି ରାଷ୍ଟ୍ରୀର ଡ଼୍ରାଇଭର ଦିବସ ।ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭରେ ରାଇରଙ୍ଗପୁର ଟେକ୍ସି ଷ୍ଟାଣ୍ଡରେ ଡ୍ରାଇଭର ଭାଇମାନେ ପତକା ଉତ୍ତୋଳନ କରିଥିଲେ ।ଆଜିର ଉଦେଶ୍ୟ ଉପରେ ଡ଼୍ରାଇଭର ଭାଇମାନେ ସେମାନେ ଗତି କରୁଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ।ପରେ ଡ୍ରାଇଭର ଭାଇମାନେ ରାଇରଙ୍ଗପୁର ସହର ସମେତ ବ୍ଳକର ବିଭିନ୍ନ ପ୍ରାନ୍ତରରେ ଅଟୋ ଓ ବାଇକ,ଡ଼ାକବାଜି ସହାୟତାରେ ପରିକ୍ରମା କରିଥିଲେ ।ସଡ଼କ ସୁରକ୍ଷା ଉପରେ ଜନସାଧାରଣଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ ।ଲାଇସେନ୍ସ ବ୍ୟବହାର,ସରକାରଙ୍କ ସଡ଼କ ସୁରକ୍ଷା ନୀତି ମାନିବା,,ହେଲମେଟ ପିନ୍ଧିବା,ଦୃତଗତି ରେ ଗାଡି ଚାଳନା ଓ ଅତିକ୍ରମ ନ କରିବା,କାନରେ ମୋବାଇଲ ଲଗାଇ ଗାଡ଼ି ନ ଚଲାଇବା ଇତ୍ୟାଦି ଉପରେ ସଚେତନ ବାର୍ତ୍ତା ଦେଇଥିଲେ ।ପରେ ଟେକ୍ସି ଷ୍ଟାଣ୍ଡରେ ଡ଼୍ରାଇଭର ମହାସଂଘର ସଭାପତି ପିଣ୍ଟୁ ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ନେତୃବୃନ୍ଦ ସାଂପ୍ରତିକ ପରିସ୍ଥିତିରେ ଡ଼୍ରାଇଭର ମାନେ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଥିଲେ । ପୂର୍ବରୁ ବହୁବାର ଶୋଭାଯାତ୍ରା,ଭୂବନେଶ୍ଵରରେ ରାଲି ଓ ମନ୍ତ୍ରୀଙ୍କ ସହ ସାକ୍ଷାତ କରିବା କଥା କହିଥିଲେ ।ସରକାର ପ୍ରତିଶ୍ରୁତି ଦେଇଥିଲେ ୩ ମାସ ମଧ୍ୟରେ ସମାଧାନ କରିବେ ହେଲେ ୬ ମାସ ବିତିଲାଣି ଫଳ ଶୂନ୍ । ସେମାନଙ୍କ ମୁଖ୍ୟ ଦାଵିହେଲା ଡ଼୍ରାଇଭର ମାନଙ୍କୁ ପେନସନ, ସ୍ବାସ୍ଥ୍ୟ ବୀମା,ଆବାସ ଯୋଜନାରେ ସାମିଲ,ପିଲାମାନଙ୍କୁ ମାଗଣା ଉଚ୍ଚଶିକ୍ଷା ପ୍ରଦାନ, ବିବାହ ଖର୍ଚ୍ଚ, ଲାଇସେନ୍ସ ପ୍ରଦାନରେ ହଇରାଣ ହରକତ ନ କରିବା,ଜାତୀୟ ରାଜପଥରେ ୧୦୦ କିମି ଦୂରରେ ବିଶ୍ରାମ ଗୃହ,ଜାତୀୟ ରାଜପଥ କଡ଼ରେ ଟ୍ରାମା ସେଣ୍ଟର ଖୋଲିବା ଇତ୍ୟାଦି ।ସରକାର ଆଗାମୀ ଦିନରେ ଡ଼୍ରାଇଭର ମାନଙ୍କ ସମସ୍ୟା ସମାଧାନ ନ କଲେ ଆଗକୁ ଆନ୍ଦୋଳନ ତିବ୍ରତର କରିବା ସହ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ନେତୃବୃନ୍ଦ ଅସନ୍ତୋଷ ର ସହ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ମାରୁତି ସେନା ପକ୍ଷରୁ ଗରିବ ଅସହାୟ ପରିବାର କୁ ରାସନ ସାମଗ୍ରୀ ବଣ୍ଟନ 

Sunil Chandra Nayak

କବିତା – ବସନ୍ତ ର ମଧୁଛୁଆଁ

Sunil Chandra Nayak

ଲକ୍ଷ୍ମୀପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସରକାରଙ୍କ UAS ପ୍ରଚଳନ କାର୍ଯ୍ୟକ୍ରମକୁ ବିରୋଧ

Sunil Chandra Nayak

Leave a Comment

error: Content is protected !!