ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଞ୍ଚ।ଗାଁ ଗ୍ରାମ ପଞ୍ଚାୟତ ଜଳବନ୍ଦୀ ଅଞ୍ଚଳ ଟାଙ୍ଗନି କୋଟ ଓ ବାଗ୍ରା :ବର୍ଷେ ହେଲା ନାଂହାନ୍ତି ଆଶା କର୍ମୀ

 ତେନ୍ତୁଳିଖୁଣ୍ଟି ୦୧/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚ।ଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ଟାଙ୍ଗନି କୋଟ ଓ ବାଗ୍ରା ରେ ବର୍ଷେ ହେଲା ନାହାଁନ୍ତି ଆଶା କର୍ମୀ। ଏଣେ ବାଗ୍ରା ରେ ଆଜି ସୁଦ୍ଧା ତିନି ଜଣ ଝାଡା ବାନ୍ତି ଆକ୍ରାନ୍ତ ହୋଇ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହେଉଛନ୍ତି। ଗ୍ରାମର ଆଶା କର୍ମୀ କମଳା ଜାନୀ ଦୀର୍ଘ ବର୍ଷ ହେବ ନିଜ କର୍ତ୍ତବ୍ୟ ସମ୍ପାଦନ କରିଥିଲେ ମଧ୍ୟ ସେ ପାଠ ପଢ଼ିନଥିବାରୁ ତାଙ୍କୁ ଡ୍ୟୁଟି କରିବାକୁ ମନା କରିବାରୁ ସେ ବର୍ଷେ ହେବ ଆଉ ଆଶା କର୍ମୀ କାମ କରୁ ନାହାନ୍ତି। ସୋମବାର ଦିନ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ଏକ ଟିମ ଯାଇ ବର୍ଷା ଦିନରେ କିପରି ରହିଲେ ଝାଡା ବାନ୍ତି ତଥା ଅନ୍ୟାନ୍ୟ ରୋଗ ବ୍ୟାପିବନି ସଚେତନ କରାଇ ଥିଲେ। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସମଳାଇ ପ୍ରସାଦ ପଣ୍ଡା ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙକାଳୀ ପ୍ରସାଦ ବେହେରା ଙ୍କ ନିର୍ଦେଶ ରେ ଜଳବନ୍ଦୀ ଅଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। କିନ୍ତୁ ଦୀର୍ଘ ଏକ ବର୍ଷ ହେବ ଆଶା କର୍ମୀ ପଦ ଖାଲି ଥିଲେ ମଧ୍ୟ ପୂରଣ କରାଯାଇ ପାରିନି। ଜଳବନ୍ଦୀ ଅଞ୍ଚଳକୁ ସବୁବେଳେ ତ ସ୍ୱାସ୍ଥ୍ୟ ବିଭାଗ ର ଟିମ ରହି କାମ କରିବନି ଆଶା କର୍ମୀମାନେ ହିଁ ଗର୍ଭବତୀ ମା ତଥା ପଞ୍ଚବ୍ୟାଧି ର ଉପଚାର ତଥା ଜରୁରୀକାଳୀନ ସ୍ଥିତିରେ 102 /108 ବ୍ୟବସ୍ଥା କରାଇ ଥାନ୍ତି। ଏହିଗ୍ରାମ ଦୁଇଟିରେ ଆଶା କର୍ମୀ ନଥିବାରୁ ସୁନାମଣି ଜାନି ହିଁ ଝାଡା ବାନ୍ତି ହେଉ କି ଗର୍ଭବତୀ ଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରୁଛନ୍ତି ବିନା ପାରିଶ୍ରମିକ ରେ। ଆଜି ବାଗ୍ରା ଗ୍ରାମର ପାଣ୍ଡୁ ମୁଦୁଲିଙ୍କ ପୁଅ ସୁରେନ୍ଦ୍ର ଓ ସ୍ବର୍ଗତ ଡମୁ ମୁଦୁଲି ଙ୍କ ପୁଅ ବାରୁ କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯିବା ବ୍ୟବସ୍ଥ ଜରିଥିଲେ। ଜଳବନ୍ଦୀ ଅଞ୍ଚଳ ରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାର ର ପୋଡ଼ାଗଡ଼ ବନ୍ଧ ନିକଟରେ 108 ବୋଟ ଆମ୍ବୁଲାନ୍ସ ରହିଛି। କିନ୍ତୁ କ୍ଵଚିତ ମଞ୍ଚ।ଗାଁ ଗ୍ରାମ ପଂଚାୟତ ର ଜଳବନ୍ଦୀ ବାସୀଉକ୍ତ 108 ବୋଟ ଆମ୍ବୁଲାନ୍ସ ର ସେବା ପାଉଛନ୍ତି। ଯଦି ଚ ବୋଟ ଆମ୍ବୁଲାନ୍ସ ର ନିୟନ୍ତ୍ରଣ ଭୁବନେଶ୍ୱର ରେ ହୁଏ କିନ୍ତୁ ଗୋଟିଏ ଜଳଭଣ୍ଡାର ରେ ରହି ତିନି ରୁ 5 କିମି ପରିସର ରେ କାହିଁକି ବୋଟଆମ୍ବୁଲାନ୍ସ ସ୍ୱାସ୍ଥ୍ୟସେବା ଯୋଗାଉନି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ତଲଙ୍ଗ, ଗୁରୁମାଇ ଗୁଡା, ବାଗ୍ରା, ଝଲା ଗୁଡା,ଟାଙ୍ଗନି କୋଟ ଆଦି ଜଳବନ୍ଦୀ ଅଞ୍ଚଳକୁ ତୁରନ୍ତ 108 ବୋଟ ଆମ୍ବୁଲାନ୍ସ ସେବା ଦେବାକୁ ନିର୍ଦେଶ ଦିଆଯାଉ। ଆଜି ବାଗ୍ରା ର ଦୁଇ ଜଣ ଝାଡା ବାନ୍ତି ଆକ୍ରାନ୍ତ ଙ୍କୁ ବୋଟ ରେ କେନ୍ଦୁଗୁଡା ଘାଟ ଆଣି 108 ଆମ୍ବୁଲାନ୍ସ କେନ୍ଦୁଗୁଡା ଘାଟରୁ ନେଇଥିଲା। ଏଥିପାଇଁ ସ୍ବେଚ୍ଛାସେବୀ ସୁନାମଣି ଙ୍କୁ ବହୁ କଷ୍ଟ କରିବାକୁ ପଡିଥିଲା। ଝାଡା ବାନ୍ତି ଶେଷ ହେବା ପର୍ଯ୍ୟନ୍ତ ଉକ୍ତ ଜଳବନ୍ଦୀ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ର ଗୋଟିଏ ଟିମ ରହି ଚିକିତ୍ସା ସେବା ଯୋଗାଇ ଦେଉ ବୋଲି କଂଗ୍ରେସ ଆଦିବାସୀ ସେଲର ଜିଲ୍ଲା ସଭାପତି ଦିଲୀପ ପ୍ରଧାନୀ ଦାବୀ କରିଛନ୍ତି। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସାଧିକାରୀ ପଣ୍ଡା ଙ୍କୁ ପଚାରିବାରୁ ପୂର୍ବରୁ ଜଳବନ୍ଦୀ ଅଞ୍ଚଳରୁ ଆସିଥିବା ଆକ୍ରାନ୍ତ ସୁସ୍ଥ ହୋଇଗଲେଣି,ଆଜି ଆସିଥିବା ଦୁଇଜଣଙ୍କ ଚିକିତ୍ସା ଚାଲିଛି। ଆଶା କର୍ମୀ ନିଯୁକ୍ତି ପାଇଁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ଅନୁମତି ମଗା ଯାଇଛି। 108 ବୋଟ ଆମ୍ବୁଲାନ୍ସ ଆମ ଅଧିକାର ପରିସରଭୁକ୍ତ ନୁହେଁ ବୋଲି କହି ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୀଳଗିରି ବେପାରୀ ଲାଗି ପ୍ରଦୂଷିତ ହେଉଛି ରାସ୍ତା , କବଜା କରି କାର୍ଯ୍ୟ କରୁଛନ୍ତି 

Sunil Chandra Nayak

ଓୟୁଜେ ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ ଏନଡିୟୁଯେ ସାମ୍ବାଦିକଙ୍କ ବୈଠକ

Sunil Chandra Nayak

କବିତା ସାହୁ  ଙ୍କ କବିତା ଅଧାଗଢା ଠାକୁର 

Leave a Comment

error: Content is protected !!