ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଥା ଦେଇ କଥା ରଖିଲେ ସରପଞ୍ଚ

 ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ରେ ଅନେକ ଗ୍ରାମରେ ପିଇବା ପାଣିର ସମସ୍ୟା ଦେଖା ଦେଇଥିଲା ।ବର୍ତ୍ତମାନ ପ୍ରଚଣ୍ଡ ଟାଣ ଖରା କୁ ଦୃଷ୍ଟିରେ ରଖି ଗ୍ରାମ ଗୁଡିକରେ ଦେଖା ଦେଇଥିବା ପାଣି ସମସ୍ୟାକୁ କିପରି ଦୂର କରାଯିବ ଏବଂ ଲୋକଙ୍କୁ କିପରି ଭାବରେ ପାଣି ଯୋଗାଇ ଦିଆଯିବ ସେ ବିଷୟରେ ସରପଞ୍ଚ ତାରା ଶଙ୍କର ରାୟ ଗୁରୁ ଆଲୋଚନା କରିଥିଲେ ଏବଂ ଯଥା ଶୀଘ୍ର ନୂତନ ନଳକୂପ ଖନନ କରି ପାଣି ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ବିଶେଷ କରି ଚିଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ପିଇବା ପାଣି ମିଳୁ ନ ଥିଲା ।ଯାହାଫଳରେ ପାଣି ପାଇଁ ଘୋର ସମସ୍ୟା ଦେଖା ଦେଇଥିଲା ।ଏପରିକି ଛାତ୍ର ଛାତ୍ରୀ ମାନେ ପିଇବା ପାଇଁ ପାଣି ଅନ୍ୟ ସ୍ଥାନରୁ ଆଣିବାକୁ ପଡୁଥିଲା ।ସ୍କୁଲରେ ନଳକୂପ ନ ଥିବାରୁ ସରପଞ୍ଚ ଏଥି ପ୍ରତି ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ସ୍କୁଲରେ ଦେଖା ଦେଇଥିବା ପାଣି ସମସ୍ୟା ତୁରନ୍ତ ଦୂର କରିବା ପାଇଁ ପ୍ରକାଶ କରିଥିଲେ । ଛାତ୍ର ଛାତ୍ରୀ ଏବଂ ଜନସଧାରଙ୍କ କଥାକୁ ରକ୍ଷା କରି ସରପଞ୍ଚ ଗୋଟିଏ ଦିନରେ ୫ ଟି ନୂତନ ନଳକୂପ ଖନନ କରି ପାଣି ସମସ୍ୟା ଦୂର କରିଛନ୍ତି ।ସରପଞ୍ଚ ଟାଣ ଖରାରେ ନଳକୂପ ଖନନ କରି ନିଜ ପ୍ରତିଶୃତି ପାଳନ କରି କଥା ଦେଇ କଥା ରଖି ଥିବାରୁ ନବ ନିର୍ବାଚିତ ସରପଞ୍ଚ ତାରା ଶଙ୍କର ରାୟଗୁରୁ ଙ୍କୁ ପଞ୍ଚାୟତ ବାସି ସାଧୁବାଦ ଏବଂ ଶୁଭେଚ୍ଛା ଜଣାଇଛନ୍ତି ।ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କୋକସରା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଅବକାରୀ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ: ଅଟୋ ସହ ଦେଶୀ ମଦ ଜବତ

Sunil Chandra Nayak

ଆସନ୍ତୁ ଜାଣିବା ବ୍ରହ୍ମାଙ୍କ ଦଶ ଅଙ୍ଗରୁ ଦଶ ପୁତ୍ରଙ୍କ ଜାତ ବିଷୟରେ

Leave a Comment

error: Content is protected !!