ଭବାନୀପାଟଣା/ନର୍ଲା ତା ୨୫.୪.୨୦୨୨ ଆଜି ସ୍ଥାନୀୟ ନର୍ଲା ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍ ଙ୍କ ଅଧକ୍ଷତାରେ ଆରକ୍ଷୀ ଅଧିକ୍ଷକ ଡ ଶ୍ରବଣା ବିବେକ ଏମ, ପିଡି, ଡି ଆର୍ ଡି ଏ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ନର୍ଲା ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ୍ ୩୭୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୩୪୩ଟି ବ୍ୟକ୍ତିଗତ ସମସ୍ୟା ଜର୍ଜରିତ ଅଭିଯୋଗ ଓ ୩୧ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୧୨ ଟି ଅଭିଯୋଗ ର ସମାଧାନ ତୁରନ୍ତ କରାଯାଇଥିଲା।ସେଭଳି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ନର୍ଲା ବ୍ଲକର ରେଖପୁର ଅଞ୍ଚଳର ଚଞ୍ଚଳ ମାଝୀଙ୍କ ମେଡିକାଲ ସହାୟତା ପାଇଁ ୩୦୦୦୦ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ନର୍ଲା ବ୍ଲକର ଦେହେଲି ଗ୍ରାମର ଲକ୍ଷ୍ମୀ ଗୌଡ ଙ୍କୁ ତାଙ୍କ ସ୍ବାମୀଙ୍କ ଚିକିତ୍ସl ପାଇଁ ୧୦୦୦୦ଟଙ୍କାର ସହାୟତା ରାଶି ଅନୁମୋଦନ କରାଗଲା।
ଜନଶୁଣାଣୀ ଶିବିର ପୂର୍ବରୁ ଜିଲ୍ଲାପାଳ ଡ଼ ଗାଭାଲି ସାମାଜିକ ଗଣମାଧ୍ୟମ, ମେଲ୍ ଓ ପତ୍ର ମାଧ୍ୟମରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପୋର୍ଟାଲ,ଜନଶୁଣାଣୀ ପୋର୍ଟାଲ ତଥା ଜିଲ୍ଲାପାଳଙ୍କ ଅଫିସ୍ କୁ ଆସିଥିବା ଆବେଦନ ର ଅଭିଯୋଗ ଓ ସମସ୍ୟା ସଂଯୁକ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀ ଠାରେ ପ୍ରାପ୍ତ ହୋଇଥିବା ଅଭିଯୋଗ ର ସମୀକ୍ଷା କରି ଏହାର ଅଗ୍ରଗତି ଓ ସମାଧାନ ଶୀଘ୍ର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପେନସନ,ରାସନ୍ କାର୍ଡ, ଭତ୍ତା,ପାନୀୟ ଜଳ,ବିଧବା ଭତ୍ତା ଉପରେ ଥିଲା।
ଭବାନିପାଟଣା ରୁ ରଜନୀକାନ୍ତ ମିଶ୍ର ଓ ନର୍ଲା ରୁ ପ୍ରଦୀପ ଗଉଡ଼ ଙ୍କ ରିପୋର୍ଟ ।