ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସ୍ତୁତି ଛନ୍ଦା ଚରଣରେ ବନ୍ଧା ଏ ପରାଣ

ଛନ୍ଦା ଚରଣରେ ବନ୍ଧା ଏ ପରାଣ

କବି ସୌରଭ

ବୈଜୟନ୍ତୀ ମାଳା ମହାପାତ୍ର

 

ଛନ୍ଦା ଚରଣରେ ବନ୍ଧା ଏ ପରାଣ

ଆହେ ବଂଶୀଧର ଶୁଣ

ଶୟନେ ସ୍ୱପନେ ପୁଣି ଜାଗରଣେ 

କେବଳ ଦିଶ ଆପଣ

ତୁମରି ଯୁଗଳ ମୂର୍ତ୍ତି,

ଦୟା କରି ନାଥ ଥରେ ଦେଖାଇବ

ଲଭିବି ପରମ ଗତି ll୧ll

 

ସଖା ପଣେ ତୁମେ ଲଜ୍ୟା ନିବାରିଲ

ଦ୍ରୁପଦ ନନ୍ଦିନୀଙ୍କର

ଯଶୋଦା ନନ୍ଦନ ରାଧା ପ୍ରାଣଧନ 

ଲୋଡ଼େ ତୁମ କୃପା ନୀର

ଘେନି ନାଥ ମୋର ସ୍ତୁତି,

ହୃଦୟ ମନ୍ଦିରେ ବିଜେ କରି ସଦା

ସୁନ୍ଦର ରଖିବ ମତି ll

 

ନାହିଁ ଜ୍ଞାନ ବଳ ଅଧମ ଦୁର୍ବଳ

ଭକତି କୁସୁମ ଢାଳି

ନିତି ଡାକୁଅଛି ପ୍ରୀତି ଭାବ ଧରି

ଶୁଣ ବାରେ ବନମାଳୀ

ଚରଣେ ଏହି ମିନତି,

ବିଶ୍ଵାସକୁ ପ୍ରଭୁ ଉଣା କରିବନି

ଦୟା କରିବ ଶ୍ରୀପତି ll

ଫୁଲବାଣୀ, କନ୍ଧମାଳ

Related posts

ରାଜପଥ ରକ୍ଷଣାବେକ୍ଷଣ: ଓଡ଼ିଶାକୁ ମିଳିଲା ଆଉ ୧.୪୮ କୋଟି

Sunil Chandra Nayak

ମ.ରାମପୁର ଶ୍ରୀରାମଲୀଳା ମହୋତ୍ସବ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ସମ୍ଭାବନା

Sunil Chandra Nayak

Leave a Comment

error: Content is protected !!