ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ ସ୍ତୁତି ତୁମେ ମୋ ବନ୍ଧୁ ତୁମେ ମୋ ସଖା

ତୁମେ ମୋ ବନ୍ଧୁ ତୁମେ ମୋ ସଖା

ତୃପ୍ତି ରାଣୀ ପାତ୍ର

 

ତୁମେ ମୋର ବନ୍ଧୁ 

ତୁମେ ମୋର ସଖା ପ୍ରଭୁ 

ତୁମେ ମୋର କୃପାସିନ୍ଧୁ 

ତୁମେ ମୋର ସବୁରେ ସବୁ 

ମରମ ବୁଝ ମୋହର 

ଆହେ ପ୍ରିୟ ପ୍ରଭୁ ।

ଜନମ ଦେଇଛ ସଂସାର ବକ୍ଷରେ 

ଗଢିଛ ଭାଗ୍ୟ ମୋହର

ଆଲିଙ୍ଗନ କରି ଆପଣା ପଣରେ 

ଧରିଅଛ ହସ୍ତ ମୋର 

ତୁମେ ତ ସବୁରେ ସବୁ ଆହେ ପ୍ରଭୁ 

ତୁମେ ମୋର ପ୍ରିୟବନ୍ଧୁ ।

ଅସାର ସଂସାରେ ମିଥ୍ୟା ସମ୍ପର୍କରେ 

ନାହିଁ ମୋର ମନ ଧ୍ୟାନ 

ତୁମେ ଥିଲେ ସାଥେ 

ଚାଲେ ନିର୍ଭୟରେ 

ନଥାଏ ବାଧା ବିଘ୍ନ 

ତୁମେ ମୋର ପ୍ରାଣପତି ପ୍ରିୟତମ

ତୁମେ ମୋ ସବୁରେ ସବୁ 

ଆହେପ୍ରଭୁ ତୁମେ ମୋର ସଖା ସିନ୍ଧୁ ।

ନିୟତି ନିଷ୍ଠୁର ଆଣେ ରୋଗବ୍ୟାଧି 

ପାଶେ ଥାଅ ସଦା ମୋର

ଧୈର୍ଯ୍ୟ ଆଶ୍ୱାସନା ସାନ୍ତ୍ଵନାର ବାଣୀ

ଶୁଣାଅ କର୍ଣ୍ଣେ ମୋହର 

ଆହେ ଦୟାମୟ ପ୍ରିୟ ପ୍ରଭୁ 

କିପରି ଭୁଲିବି ସେସବୁ ।

ତୁମେ ମୋ ସବୁରେ ସବୁ ଆହେ ପ୍ରଭୁ 

ଜୀବନର ସଖା ସିନ୍ଧୁ 

ତୁମେ ମୋର ପ୍ରାଣପତି ଦୀନବନ୍ଧୁ

ତୁମେ ମୋ ସବୁରେ ସବୁ  

ଅମା ଅନ୍ଧକାରୁ ଜୀବ ଯନ୍ତ୍ରଣାରୁ 

ରକ୍ଷା କର ଆହେ ବିଭୁ 

ତୁମେ ସଖା ପ୍ରଭୁ ତୁମେ ମୋର ବନ୍ଧୁ 

ତୁମେ ମୋ ସବୁରେ ସବୁ ।

ଶୟନେ ସପନେ ସାଥେ ଥାଅ ମୋର

ଭଲମନ୍ଦ ସୁଖଦୁଃଖ ବୁଝୁଅଛ

କରି କରାଉଛ ସବୁ

ସତ୍ଯ ପଥେ ରହି ନିତ୍ୟ ଚାଲୁଥିବି

 ତୁମ ପ୍ରେମ କରୁଣାରୁ 

ଆହେ ପ୍ରିୟ ପ୍ରଭୁ 

ତୁମେ ମୋ ସବୁରେ ସବୁ ସଖା ପ୍ରଭୁ 

ତୁମେ ମୋରପ୍ରିୟ ବନ୍ଧୁ ।

ସହଦେବଖୁଣ୍ଟା , ବାଲେଶ୍ଵର 

Related posts

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

ଡକ୍ଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ଦଳିତ ଅଧିକାର ମଞ୍ଚର ଦାବୀ କୁ ସମ୍ମାନ ଦେଇଥିବାରୁ ବୋଡେନ ବିଡିଓଙ୍କୁ ସାଧୁବାଦ ଜଣାଇଲେ ଦଳିତ ଅଧିକାର ମଞ୍ଚ ସଭାପତି

Sunil Chandra Nayak

Leave a Comment

error: Content is protected !!