ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧନମତି ଙ୍କ ପାଇଁ ଆବାସ ଯୋଜନା ସାତ ସପନ !

 ଚାଲ ଛପର ଘର ସମ୍ପୂର୍ଣ ଭାଙ୍ଗି ଯାଇଛି ଏବେ ଧନମତି ଓ ଝିଅ ଲିପ୍ସା ଅନ୍ୟ ଘରେ ଆଶ୍ରିତା

 ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଧନମତି ଦେଇ ୫୧ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡିଏ ପାଇଁ ଦୀର୍ଘ ୧୫ ବର୍ଷ ବିତିଗଲାଣି ତଥାପି ଆବାସ ଯୋଜନାରେ ଘର ଖଣ୍ଡିଏ ମିଲି ପାରୁନାହିଁ ।ଗରିବ ଖଟିଖିଆ ଲୋକଙ୍କ ପାଇଁ ଆବାସ ଯୋଜନା ସାତ ସପନ ।ପ୍ରକାଶ ଥାଉକି ଧନମତି ଛତ୍ରିଆଙ୍କ ସ୍ୱାମୀ କେଦାର ଛତ୍ରିଆ ଙ୍କ ଗତ ବର୍ଷ ମୃତ୍ୟୁ ହୋଇଥିଲା । ଚାଳ ଛପର କୁଡ଼ିଆ ଘରେ ସ୍ୱାମୀ ,ସ୍ତ୍ରୀ ଓ ଝିଅ ଲିପ୍ଶା ରହୁଥିଲେ ।ସେହି ସମୟରେ ତାଙ୍କ ଚାଳ ଛପର ଘର ପ୍ରବକ ଲଗାଣ ବର୍ଷାରେ ୩ ଥର ଭାଙ୍ଗି ପଡିଛି ।ସେତେବେଳେ ଅନେକ ଲୋକ ପ୍ରତିନିଧି ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆସିକି ତଦନ୍ତ କରି ଘର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଖଣ୍ଡିଏ ମିଲି ପାରିଲା ନାହିଁ ।କେଦାର ଛତ୍ରିଆଙ୍କ ମନ ସମ୍ପୂର୍ଣ ଭାଙ୍ଗିଗଲା ।ଆଶା କରିଥିଲା ଦିନେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ପାଇବି ବୋଲି ସ୍ବପ୍ନ ଦେଖିଥିଲା ।ହେଲେ ଦେହ ଦୁର୍ବଳ ହୋଇଗଲା ।ଗୋଡ଼ ହାତ ଉଠିବାର ବଳ ହେଲା ନାହିଁ ।ଚାଲି ଗଲେ ଆରପରିକୁ ।ଏବେ ଘରେ ଧନମତି ଓ ଝିଅ ଲିପ୍ସା ୧୬ ଏକାକୀ । ଝିଅ ଲିପ୍ସା ପାଠ ପଢ଼ିବାର ବହୁତ ଆଗ୍ରହୀ ଥିଲା ।ହେଲେ କଲେଜରେ ନାମ ଲେଖାଇବା ପାଇଁ ଘରେ ଆର୍ଥିକ ସମ୍ବଳ ନାହିଁ ।ଯାହା ପାଖରେ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ ।ସେବା କିପରି ଉଚ୍ଚ ଶିକ୍ଷା କରିପାରିବ ।ସେହି ଚିନ୍ତା ମା ଧନମତି କୁ ବହୁତ ଚିନ୍ତାରେ ପକାଉଥିଲା ।କଲେଜରେ ନାମ ଲେଖାଇ ଦେବା ସହ ପଢା ଖର୍ଚ୍ଚ ସବୁ ବହନ କରିବା ପାଇଁ ବରିଷ୍ଠ ସମାଜସେବୀ ବିଶ୍ୱନାଥ କର ଦାୟିତ୍ୱ ନେଇଥିଲେ ଏବଂ ନିକଟସ୍ଥ ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇ ଥିଲେ ।ପାଠ ପଢା ଚାଲିଲା ହେଲେ ଘର ଖଣ୍ଡିଏ ନାହିଁ ।ମା ଧନମତି ଙ୍କ ପାଖରେ କୌଣସି ରୋଜଗାର ପନ୍ଥା ନାହିଁ ।ଯାହାକି ସେ ସାମାନ୍ୟ ଛାଟି ମାଟି ଘର ଖଣ୍ଡିଏ ତିଆରି କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।ଏବେ ବର୍ଷା ମାସ ଆସିଯାଇ ଥିବାରୁ ପୁଣି ଚିନ୍ତାରେ ମା ଓ ଝିଅ ।ଖରା ମାସରେ ସିନା କାହା ପିଣ୍ତ। କି ଦୁଆର ପାଖରେ ରୋଷେଇ କରି ଚଳି ଯାଉ ଥିଲା ବୋଲି ଧନ ମତି ପ୍ରକାଶ କରିଛନ୍ତି । ଅନ୍ୟ ଘରେ ଏବେ ଆଶ୍ରୟ ନେଇଥିଲେ ମଧ୍ୟ ସେହି ସ୍ଥାନରେ ରୋଷେଇ କରିବା ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି ।ଘର ଖଣ୍ଡିଏ ପାଇବା ପାଇଁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଘର ଖଣ୍ଡିଏ ମିଲି ପାରିଲା ନାହିଁ । ଗରିବ ଙ୍କ ପାଇଁ ଆବାସ ଯୋଜନା ସାତ ସପନ ବୋଲି ଦୁଃଖର ସହିତକାନ୍ଦି କାନ୍ଦି ଧନ ମତି କହୁଛନ୍ତି ।ଏଣୁ ଏହି ଗରିବ ନିରୀହ ଧନ ମତି ଙ୍କ ପାଇଁ ବ୍ଲକ ପ୍ରଶାସନ ତରଫରୁ ଟିକିଏ ଦୟା କଲେ ହୁଏତ ଧନମତି ଙ୍କ ଦୁଃଖ ଦୂର ହୋଇ ପାରିବ ବୋଲି ଗ୍ରାମବାସୀ ମତ ବ୍ୟକ୍ତ କରିଛନ୍ତି । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ନର୍ଥ ଆଫ୍ରିକା(ତୁନିଶିଆ)ଦେଶରୁ କ୍ରିଷ୍ଣା ଡିକେଙ୍କୁ ନିମନ୍ତ୍ରଣ

Sunil Chandra Nayak

ଆଦର୍ଶ ଶିକ୍ଷକଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!