ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବାଦ ଆମ ଓଡିଶା ପ୍ରତିଯୋଗିତା କେଗାଁରେ ଭାଗନେଲ ୧୬୯ ଛାତ୍ରଛାତ୍ରୀ

ଗୋଳାମୁଣ୍ଡା ୧୨/୯ /ମସିହା/ ଗୋଳାମୁଣ୍ଡା ବ୍ଲକ କେଗାଁ ଆଞ୍ଚଳିକ ଉଚ୍ଚବିଦ୍ୟାଳୟଠାରେ ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ରବିବାର ରାଜ୍ୟପାଳଙ୍କ ମୋ ସ୍ୱପ୍ନରେ ଓଡିଶା ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଝିପି ଝିପି ବର୍ଷା ସତ୍ୱେ ବିଭିନ୍ନ ବିଦ୍ୟାଳୟରୁ ପ୍ରବନ୍ଧ ପ୍ରତିଯୋଗିତାରେ ୧୬୯ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଓଡ଼ିଆ ଭାଷାରେ ୧୬୪ଜଣ ଓ ଇଂରାଜୀ ଭାଷାରେ ୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ l ଓଡ଼ିଆ ଭାଷାରେ ପରୀକ୍ଷା ଦେଇଥିବା ରାଜ୍ୟପାଳ ପ୍ରବନ୍ଧ ପ୍ରତିଯୋଗିତାରେ ମୁକ୍ତେଶ୍ଵର ସାହୁ ପ୍ରଥମ, ଶୁଭାସିନୀ ପୁଟେଲ ଦ୍ୱିତୀୟ, ତପସ୍ୱିନୀ ପୁଟେଲ ତୃତୀୟ, ହରେଶ ନାଏକ ଚତୁର୍ଥ, ରୁବି ସାହୁ ପଞ୍ଚମ ଓ ଇଂରାଜୀ ଭାଷାରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରୋଷଣ କୁମାର ଜ୍ୟୋତିଷ ପ୍ରଥମ, ଜିତୁ ତାଣ୍ଡି ଦ୍ୱିତୀୟ,ପବନ ସୁନା ତୃତୀୟ, ସଂଜୀବ ସୁନା ଚତୁର୍ଥ,ତମ୍ପୁ ପୁଟେଲ ପଞ୍ଚମ,ସ୍ଥାନ ଅଧିକାର କରିଛନ୍ତି l ପରେ କେଗାଁ ଥାନା ଅଧିକାରୀ ପ୍ରଶାନ୍ତ କୋଲହରସଙ୍କ କରକମଲରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ କୁମାର ସାହୁ,ସୁଧୀର ନାଏକ,ଦୁର୍ବାଦଲ ଭୋଇ ,ଶରତଚନ୍ଦ୍ର ସାହୁ ଅର୍ଜୁନ ରଣା,ସୁରଥ ତାଣ୍ଡି, ବେଣୁଧର ପୁଟେଲ,ଦକ୍ଷିଣକାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଙ୍ଗେଶ୍ୱର କଟା,ଶ୍ରୀ ଶ୍ରୀ ରାମେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ଭୋଇ ଓ ସରସ୍ୱତୀ ଶିଶୁ ମନ୍ଦିର ଗୁରୁଜୀ ମୂରଲୀଧର ଜ୍ୟୋତିଷ, ସନ୍ତୋଷ ଭଇଁସାଲ ,ଗୋଳାମୁଣ୍ଡା ଗଣମାଧ୍ୟମ ପ୍ରତିନିଧି ଈଶ୍ୱର ପୁଟେଲ ,ଖିରସିନ୍ଧୁ ପୁଟେଲ,ବିସିକେଶନ ଜ୍ୟୋତିଷ,ମହେନ୍ଦ୍ର ଦାସ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ । କେଗାଁ ଜୋନ ସମ୍ବାଦ ପ୍ରତିନିଧି ଲବଜି ପୁଟେଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା,

Related posts

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

Sunil Chandra Nayak

Leave a Comment

error: Content is protected !!