ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୁହିକ ବ୍ରତୋପନୟନ

ଧର୍ମଗଡ଼:୨୩/୬/୨୨: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗାୟତ୍ରୀ ମନ୍ଦିର ପରିସର ଠାରେ ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ତରଫରୁ ଏକ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ୯ ବର୍ଷ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ବାଳକ ଓ ଯୁବକ ମାନଙ୍କ ସାମୁହିକ ବ୍ରତୋପନୟନ କରାଯାଇଥିଲା । ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ରେ ୧୦ ଜଣ ବ୍ରାହ୍ମଣ ଯୁବକ ଅଂଶ ଗ୍ରହଣ କରି ରୀତିନୀତି ଅନୁସାରେ ଯଜ୍ଞ ପବିତ ଧାରଣ କରିଥିଲେ । ଏହି ଅବସର ରେ କଳାହାଣ୍ଡି ଜିଲ୍ଲା ବ୍ରାହ୍ମଣ ସମାଜ ର ସଭାପତି ଜଗନ୍ନାଥ ମୁଣ୍ଡ, ଉପସଭାପତି ଜନାର୍ଦ୍ଦନ ପଣ୍ଡା, ସୁରେଶ ଚନ୍ଦ୍ର ମୁଣ୍ଡ, ସାଧାରଣ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସତ୍ୟନାରାୟଣ ମହାପାତ୍ର,ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ,ହେମନ୍ତ କୁମାର ପଣ୍ଡା,ଶ୍ରୀମନ୍ତ ପାଢ଼ୀ, ଦିଲ୍ଲୀପ ଠାକୁର,ଜୟନ୍ତ ବେହେରା ,ହରିହର ପଣ୍ଡା,ବିଭୁତି ଭୂଷଣ ପୁରୋହିତ,ହରେକୃଷ୍ଣ ପଣ୍ଡା, ପର୍ଶୁରାମ ସେନା ସଂଯୋଜକ ପ୍ରଶାନ୍ତ ଠାକୁର, ବିଶ୍ୱରଂଜନ ପାତ୍ର,ଶାନ୍ତନୁ ମୁଣ୍ଡ ସମେତ ବିଭିନ୍ନ ବ୍ଲକ ରୁ କାର୍ଯ୍ୟ କର୍ତା ଉପସ୍ଥିତ ରହିଥିଲେ । ମହିଳା ମାନଙ୍କ ପ୍ରଜ୍ଞା ବାହିନୀ ତରଫରୁ ଯଜ୍ଞ କାର୍ଯ୍ୟକ୍ରମ ସଞ୍ଚାଳନ କରାଯାଇଥିଲା । ଶ୍ରୀଯୁକ୍ତ ମଧୁସୂଦନ ପୁରୋହିତ ମୁଖ୍ୟ ଯଜ୍ଞ ପୁରୋହିତ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ପର୍ଶୁରାମ ସେନା ର ବିଶ୍ଵଜିତ ବେହେରା,ପ୍ରବୀଣ ପଣ୍ଡା,ବ୍ରଜେଶ ପଣ୍ଡା,ଚନ୍ଦନ କୁମାର ପାତ୍ର, ଗିରିଜା ଖମାରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

Sunil Chandra Nayak

ପର୍ଯ୍ୟଟକ ମାନଙ୍କ ପାଇଁ ବହୁବିଧ ବ୍ୟବସ୍ଥାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!