ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆଗାଁ ପଞ୍ଚାୟତ ରେ ପୋଖରୀ ନିଳାମ କୁ ନେଇ ଉତ୍ତେଜନା ,ଅଫିସରେ ତାଳା ଦେଲେ ମହିଳା ଗୋଷ୍ଠୀ

 ବିଡ଼ିଓ ଙ୍କ ବୁଝାସୁଝା ରେ ଫିଟିଳା ତାଳା

କଲମପୁର-୨୩/୬(ମସିହା) କଲମପୁର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ରେ ପୋଖରୀ ନିଳାମ କୁ ନେଇ ହଠାତ ଏକ ଆନ୍ଦୋଳନ ର ରୂପ ନେଇଛି l ପୋଖରୀ ନିଲାମ କୁ ନେଇ ବଢିଛି ଉତ୍ତେଜନା l ବୁଧବାର ଦିନ ପୂର୍ବ ବିଜ୍ଞପ୍ତି ଅନୁସାରେ ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ର ସମ୍ପତ୍ତି ଗୁଡିକୁ ନେଇ ନିଲାମ ଡକାଯାଇଥିଲା l ନିଲାମ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରାଥମିକତା ଦେବାକୁ ସରକାରୀ ନିର୍ଦ୍ଦେଶ ଥିବାରୁ ମହିଳା ମlନେ ନିଲାମ ରେ ଅଧିକ ପରିମାଣ ରେ ଯୋଗଦେଇ ଥିଲେ l ଏହି ପଞ୍ଚାୟତ ଅଧିନସ୍ଥ ଭାଲୁବୁଟୁରା ଗ୍ରାମବାସୀ ମାନଙ୍କ ପଞ୍ଚାୟତ ର ସର୍ବସାଧାରଣ ସମ୍ପତ୍ତି ପୋଖରୀ ଗୁଡିକ ଅଧିକ ରହିଥିଲେ ମଧ୍ୟ ଏହା ର ନିଲାମ ଡାକ ହୋଇ ନ ଥିଲା l ପଞ୍ଚାୟତ ସମ୍ପତ୍ତି ତାଲିକା ରେ ଥାଇ ବି ନିଲାମ କାହିଁକି ହେଉ ନାହିଁ ବୋଲି ଗ୍ରାମବାସୀ ମାନେ ନିଲାମ ଦାୟିତ୍ୱରେ ଆସିଥିବା ଅଧିକାରୀ ମାନଙ୍କୁ ପ୍ରଶ୍ନ ପଚାରିଥିଲେ l କିନ୍ତୁ ଅଧିକାରୀ ମାନେ ସନ୍ତୋଷ ଜନକ ଉତ୍ତର ନ ଦେବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା l ପୋଖରୀ ଗୁଡିକ ରେ ମାଛପାଣି ଯୋଜନାର ଅଧିକାର ବଳରେ ଜନୈକ ଗୌନ୍ତିଆ ର କୋର୍ଟ ଅର୍ଡର ଥିବାରୁ ଆମେ ନିଲାମ କରି ପାରିବୁ ନାହିଁ ବୋଲି ଅଧିକାରୀ ମାନେ କହିଥିଲେ l କିନ୍ତୁ ଭାଲୁବୁଟୁରା ଗ୍ରାମର ଶିବ ଶକ୍ତି ମହିଳା ସୟଂ ସହାୟକ ଗୋଷ୍ଠୀ ଗ୍ରାମର ଜୁନାବନ୍ଧ କିମ୍ବା ଯେକୌଣସି ପୋଖରୀ ହେଲେ ଗୋଟିଏ ନିଲାମ ରେ ଦେବା କୁ ଦାବୀ କରିଥିଲେ l ଦାବୀ କୁ ଅଧିକାରୀ ମାନେ ପ୍ରତ୍ୟାଖ୍ୟାନ କରିବାରୁ ମହିଳା ସୟଂ ସହାୟକ ଗୋଷ୍ଠୀ ଏବଂ ପଞ୍ଚାୟତ ଅଧିକାରୀ ମାନେ ଭିତରେ ରହିଥିବା ସମୟରେ କାର୍ଯ୍ୟାଳୟ ମୁଖ୍ୟ କବାଟ କୁ ବନ୍ଦ କରି ତାଲା ପକାଇ ଥିଲେ l ଖବର ପାଇ କଲମପୁର ବିଡ଼ିଓ ପ୍ରସନ୍ନ କୁମାର ପଟେଲ ଘଟଣାସ୍ଥଳ ରେ ପହଂଚି ବୁଝା ସୁଝା କରିଥିଲେ l କୋର୍ଟ ର ମାମଲା କୁ କୋର୍ଟ ରେ ଚାଲେଞ୍ଜ କରିବାକୁ ହେବ ଏହା ଆମ କ୍ଷମତା ବାହାରେ ବୋଲି କହିଥିଲେ l ଏହାପରେ ମହିଳା ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରି ତାଲା ଖୋଲି ଦେଇଥିଲେ l ଯେଉଁ ସବୁ ସର୍ବସାଧାରଣ ସମ୍ପତ୍ତି ଗୁଡିକ ନିଲାମ ହୋଇ ପାରିବ ସେଗୁଡିକୁ ଆସନ୍ତା କିଛି ଦିନ ମଧ୍ୟରେ ନିଲାମ ହେବ ବୋଲି ସରପଞ୍ଚ ସୁଶାନ୍ତ ମାଝୀ ଘୋଷଣା କରିଥିଲେ l ଭାଲୁବୁଟୁରା ଗ୍ରାମର ସର୍ବସାଧାରଣଙ୍କ ପୋଖରୀ ଗୁଡିକ ଜୁନlବନ୍ଧ, ଉପର ବନ୍ଦ, ତଳି ବନ୍ଧ, ମାଉଲି ବନ୍ଧ, ବରାଳ କୁରଲା ବନ୍ଧ ସବୁ କୁ ଡିଗ୍ରୀ କପି କରି ମହାଜନ ମାନେ ଜବର ଦଖଲ କରୁଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଏହା ଦ୍ୱାରା ପଞ୍ଚାୟତ ର ନିଜ ପାଣ୍ଠି ବୃଦ୍ଧି ହେଉନାହିଁ କି ରାଜସ୍ବ ହାନୀ ମଧ୍ୟ ହେଉଛି l କଲମପୁର ବ୍ଲକ ରେ ଏଭଳି ବହୁ ସର୍ବସାଧାରଣଙ୍କ ସମ୍ପତ୍ତି ଅଛି ଯାହାକୁ କିଛି ମୁଷ୍ଟିମେୟ ଙ୍କ ଜବର ଦଖଲରେ ରହିଯାଇଛି l ଏଗୁଡିକୁ ଉଦ୍ଧାର କରାଯିବାକୁ ଅଂଚଳବାସୀ ଦାବୀ କରିଛନ୍ତି l

ପରମାନନ୍ଦ ଠାକୁର ,ମସିହା ପ୍ରତିନିଧି , କଲମପୁର, କଳାହାଣ୍ଡି

Related posts

ରାଜ୍ୟ ବାହାର ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର ସମ୍ପ୍ରସାରଣର ଭିତ୍ତିପ୍ରସ୍ତର ସ୍ଥାପନ କଲେ

Sunil Chandra Nayak

ରାଇରଙ୍ଗପୁର ପିସିଏମ ଭଵନରେ ବିଜେପି ପଶ୍ଚିମ ମୟୂରଭଞ୍ଜ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ରାସ୍ତାରେ ମୃତାବସ୍ଥାରେ ପଡ଼ିଥିବା କୁକୁରର ଶବ ସତ୍କାର କଲେ ଯୁବ ସମାଜସେବୀ ସୁରେନ୍ଦ୍ର ମୁଣ୍ଡା

Sunil Chandra Nayak

Leave a Comment

error: Content is protected !!