ଶେଷ ଇଚ୍ଛା
ଯମ ଡାକିଲାଣି ହାତ ଠାରି ମୋତେ
ଜୀବନ କଲାଣି ରୋଷ।
ମଶାଣି ଭୁଇଁକୁ ଚାଲିଯିବି ମୁହିଁ
ଛାଡି ସବୁ ଅବଶୋଷ।
ଶେଷ ଇଛା ମୋର ପୂରଣ କରିବ
ମନେ ଭରିଅଛି ଆଶା,
ନିରାଶ କରିବନି ପ୍ରିୟ ମାନସୀ
ଶେଷ ବେଳେ ଦେବ ଦେଖା।
ଜୀବନ ଦେଇ ମୁଁ ଭଲ ପାଇଥିଲି
ନିଷ୍କପଟ ହୃଦୟରେ,
ଭଲ ପାଇବାର ଏ କି ଉପହାର ?
ଦେଇଗଲ ଜୀବନରେ।
ପ୍ରତାରଣା କରି ଠେଲି ଦେଲ ମୋତେ
ଅଗ୍ନି ଶିଖା ପ୍ରେମ ଧାରେ,
ଯନ୍ତ୍ରଣାରେ ଆଜି ଦିନ ବିତେ ଆଜି
ତୁମେ ଚାଲିଗଲା ପରେ।
ଚାଲିଗଲ ତୁମେ ନିଜସ୍ୱ ଇଚ୍ଛାରେ
ଆଉ କାହା ହାତ ଧରି,
ଯୋଉଠିବି ରୁହ ଆନନ୍ଦରେ ରୁହ
କୃପା ଢ଼ାଳି ଦେବେ ହରୀ।
ହସି ହସି ମୁହିଁ ଚାଲି ଯିବି ଆଜି
ହରଷେ ବିଦାୟ ନେଇ,
ପ୍ରେମ ଟିକେ ଯଦି ଥିବ ତୁମଠାରେ
ଲୁହ ଟୋପେ ଦେବ ଢ଼ାଳି ।
ମଶାଣି ଭୁଇଁରେ ଜଳୁଥିବ ଚିତା
ଆତ୍ମା ମୋ ଯିବ ଉଭେଇ,
ସନ୍ଧ୍ୟା ବେଳେ ଆସି ଗୋଲାପ ଟିଏ
ମଶାଣିରେ ଦେବ ଥୋଇ।