ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀକ୍ଷିରାମ ମେହେର ଙ୍କ କବିତା ଶେଷ ଇଚ୍ଛା

ଶେଷ ଇଚ୍ଛା

 

ଯମ ଡାକିଲାଣି ହାତ ଠାରି ମୋତେ

ଜୀବନ କଲାଣି ରୋଷ।

ମଶାଣି ଭୁଇଁକୁ ଚାଲିଯିବି ମୁହିଁ

ଛାଡି ସବୁ ଅବଶୋଷ।

 

ଶେଷ ଇଛା ମୋର ପୂରଣ କରିବ 

ମନେ ଭରିଅଛି ଆଶା,

ନିରାଶ କରିବନି ପ୍ରିୟ ମାନସୀ

ଶେଷ ବେଳେ ଦେବ ଦେଖା।

 

ଜୀବନ ଦେଇ ମୁଁ ଭଲ ପାଇଥିଲି

ନିଷ୍କପଟ ହୃଦୟରେ,

ଭଲ ପାଇବାର ଏ କି ଉପହାର ?

ଦେଇଗଲ ଜୀବନରେ।

 

ପ୍ରତାରଣା କରି ଠେଲି ଦେଲ ମୋତେ

ଅଗ୍ନି ଶିଖା ପ୍ରେମ ଧାରେ,

ଯନ୍ତ୍ରଣାରେ ଆଜି ଦିନ ବିତେ ଆଜି

ତୁମେ ଚାଲିଗଲା ପରେ।

 

ଚାଲିଗଲ ତୁମେ ନିଜସ୍ୱ ଇଚ୍ଛାରେ

ଆଉ କାହା ହାତ ଧରି,

ଯୋଉଠିବି ରୁହ ଆନନ୍ଦରେ ରୁହ

କୃପା ଢ଼ାଳି ଦେବେ ହରୀ।

 

ହସି ହସି ମୁହିଁ ଚାଲି ଯିବି ଆଜି

ହରଷେ ବିଦାୟ ନେଇ,

ପ୍ରେମ ଟିକେ ଯଦି ଥିବ ତୁମଠାରେ

ଲୁହ ଟୋପେ ଦେବ ଢ଼ାଳି ।

 

ମଶାଣି ଭୁଇଁରେ ଜଳୁଥିବ ଚିତା

ଆତ୍ମା ମୋ ଯିବ ଉଭେଇ,

ସନ୍ଧ୍ୟା ବେଳେ ଆସି ଗୋଲାପ ଟିଏ

ମଶାଣିରେ ଦେବ ଥୋଇ।

 

ରୀକ୍ଷିରାମ ମେହେର

ସାନପୋଡ଼ାଗୁଡା,
ଦେବସେନା ଜିଲ୍ଲା ଉପାଧ୍ୟକ୍ଷ,କଳାହାଣ୍ଡି

Related posts

ଜଳସେଚନ ପାଇଁ ମେଗାଲିଫ୍ଟ ନିର୍ବାହି ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଘେରିଲେ ମୂଷାପାଲି ପଞ୍ଚାୟତ ଚାଷୀ

Sunil Chandra Nayak

ଡିବିରି ନିଆଁରେ ପୋଡ଼ି ବୃଦ୍ଧା ମୃତ

Sunil Chandra Nayak

ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!