ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଫେସର ଭୁବନେଶ୍ବର ବେହେରାଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ଵତ ସମାରୋହ

ଧର୍ମଗଡ ତା-୧୭/୦୪/୨୨  ପ୍ରତିଥଯଶା ସୁସାହିତ୍ୟିକ ସାହିତ୍ୟ ସୁଧାକର ପ୍ରଫେସର ଭୁବନେଶ୍ବର ବେହେରାଙ୍କ ଏକବିଂଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ଠାରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ସାହିତ୍ୟ ସଂସଦ ଓ ଭୁବନେଶ୍ୱର ବେହେରା ମେମୋରିଆଲ ୟୂଥ ଅରଗାନାଇଜେସନର ମିଳିତ ସହଯୋଗରେ “ପ୍ରଫେସର ଭୁବନେଶ୍ବର ବେହେରାଙ୍କ ସାହିତ୍ୟର ଦିଗ ଓ ଦିଗନ୍ତ” ଶୀର୍ଷକ ଆଲୋଚନା ଚକ୍ରରେ ମୂଖ୍ୟ ଅତିଥିଭାବେ କଳାହାଣ୍ଡି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ଯୋଗଦେଇ କହିଥିଲେ ହିରା କେବେ ହିରା ବୋଲି ପରିଚୟ ଦିଏ ନାହିଁ,ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ଜଗତର ଉଜ୍ୱଳ ଜ୍ୟୋତିଷ୍କ ଥିଲେ ବୋଲି ଅଭିହିତ କରିବା ସହ ତାଙ୍କ ସହ ବିତାଇଥିବା ମହାର୍ଘ ମୁହୂର୍ତ୍ତ ବିଷୟରେ ଅବତରଣା କରିଥିଲେ। ବିଶିଷ୍ଟ ଶିକ୍ଷାବିତ ଓ ସୁସାହିତ୍ୟିକ ପ୍ରଫେସର ସତ୍ୟ ପଟ୍ଟନାୟକ-ମୂଳ ସ୍ବର, ବିଶିଷ୍ଟ ଗବେଷକ ଅଧ୍ୟାପକ ପରମେଶ୍ବର ମୁଣ୍ଡ- ମୂଖ୍ୟ ଆଲୋଚକ ଏବଂ ସମ୍ମାନୀତ ଅତିଥି ଭାବେ ସୁବକ୍ତା  ପ୍ରତାପ କିଶୋର ମୁଣ୍ଡ, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର, ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ  କାଳୀୟ ଗଞ୍ଜନ ସାହୁ ଯୋଗ ଦେଇ ଭୁବନେଶ୍ୱର ବେହେରାଙ୍କ ସାହିତ୍ୟ ସାଧନା ଉପରେ ଆଲୋକପାତ କରିଥିଲେ। ଧର୍ମଗଡ ସାହିତ୍ୟ ସଂସଦର ସଭାପତି ଲିଂଗରାଜ ପାତ୍ରଙ୍କ ସଭାପତିତ୍ୱରେ  ଆୟୋଜିତ ଉକ୍ତ ସାରସ୍ବତ ସମାରୋହରେ ମାନସ ରଂଜନ ମୁଣ୍ଡ ସ୍ବାଗତ ଅଭିଭାଷଣ , ଭୁବନେଶ୍ୱର ବେହେରା ମେମୋରିଆଲ ୟୂଥ ଅର୍ଗାନାଇଜେସନର ସଂପାଦକ ଅବିନାଶ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଂଜିବ କୁମାର ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଏହି ଅବସରରେ ଏକ କବିତା ପାଠ ଆୟୋଜନ କରାଯାଇଥିଲା।ଏଥିରେ କବି ସୁଧୀର ମେହେରଙ୍କ ସଭାପତିତ୍ୱରେ କବି ବିରଞ୍ଚି ନାରାୟଣ ମୁଣ୍ଡ,କଳ୍ପନା ରଥ,ଦୂର୍ଯ୍ୟୋଧନ ପଟେଲ,ଧବଳେଶ୍ବର ପାତ୍ର ଓ ଗୌରାଙ୍ଗ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲାବେଳେ କବି ବଙ୍କିମ ମୁଣ୍ଡ,ଦିପ୍ତୀ ମୁଣ୍ଡ,ଗଣପତି ବାଗ ପ୍ରମୁଖ ସଂଯୋଜନା କରିଥିଲେ। କଳାହାଣ୍ଡି ଓ ନୁଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦ଜଣ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ବିଭୂତି ଭୂଷଣ ପଣ୍ଡା, ବରିଷ୍ଟ ସାମ୍ବାଦିକ ବିଦ୍ୟାଧର ସାହୁ ଓ ହୃଷିକେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂସଦର ସଂପାଦକ ରାଜେଶ କୁମାର ମୁଣ୍ଡ,ସରୋଜ କୁମାର ପଣ୍ଡା,ଗୋବିନ୍ଦ ସାହୁ, ଚନ୍ଦ୍ର ଭାନୁ କୈବର୍ତ୍ତ , ସଞ୍ଜୟ ସୁନାନୀ, ଲାବଣ୍ୟ ଲହଜଲ,ଅକ୍ଷୟ ପଟ୍ଟନାୟକ, ଚିନ୍ମୟ ପଣ୍ଡା ,ଦିପିକା ରାଣୀ ଦାଶ, ଶାନ୍ତନୁ କୁମାର ପରିଡା, ମୋହନ ଚରଣ ବିଷି, ସରୋଜ କୁମାର ଯୋଷୀ, ମାନସ ପଣ୍ଡା, ଲକ୍ଷପତି ନାଏକ ପ୍ରମୁଖ ସହଯୋଗ କରିଥିଲେ। ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ପହେଲା ଓଡ଼ିଆ ଲିଖା : ରାଧାମୋହନ ପୁଜାହାରୀ  ତହଁକାନ୍‌ : ସ୍ବାମିଶ୍ରୀ ଜୟଦେବ ଭାରତୀ ସମଲ୍‌ପୁରୀ ପିଂଧନ୍‌ : ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମହମ୍‌ବତୀର୍‌ ତ୍ଯାଗ୍‌

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କ୍ରାନ୍ତିର କଲ୍ଲୋଳ

Sunil Chandra Nayak

ଭାରତ ବନ୍ଦ କୁ ସମର୍ଥନ ଜଣାଇ ଖଡ଼ିଆଳଠାରେ ୧ ଘଂଟା ପାଇଁ ୩୫୩ ନଂମ୍ବର ଜାତୀୟ ରାଜପଥ ଅବରୋଧ

Leave a Comment

error: Content is protected !!