ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଉରକେଲା/ ବିଶିଷ୍ଟ ସମାଜସେବୀ ତଥା ରାଉରକେଲା ର ଆଗଧାଡ଼ି ର ସ୍ବେଚ୍ଛାସେବୀ ସଂଗଠନ ବାସନ୍ତୀ ଯୁବ ପରିଷଦ, ବିରଜା କ୍ଷେତ୍ର ସଂଘ, ଦକ୍ଷିଣ ରାଉରକେଲା ଉନ୍ନୟନ ପରିଷଦ, ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ ସ୍ବର୍ଗତ ମିହିର କୁମାର ସାହୁଙ୍କ ତୃତୀୟ ତଥା ତାଙ୍କ ପିତା ଶ୍ରୀନଥ ସାହୁ ଙ୍କ ର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ‘ସେବା ହିଁ ସେବା ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ‘ସ୍ବପ୍ନ ମନ୍ଦିର’ ବୃଦ୍ଧାଶ୍ରମ ପ୍ରାଙ୍ଗଣ ରେ ଆୟୋଜନ କରାଯାଇ ଥିଲା। ଅତିଥି ତଥା ପରିବାର ସଦସ୍ୟ ଉଭୟ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଜୀବନ ର କିଛି ଅଭୁଲା ସ୍ମୃତି କୁ ଆଶ୍ରମ ର ଅନ୍ତେବାସୀ ଙ୍କ ସହ ବାଣ୍ଟିଥିଲେ। ସ୍ବର୍ଗତ ସାହୁଙ୍କ ଅବର୍ତ୍ତମାନରେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପରେ ତାଙ୍କର ବିଭିନ୍ନ ସାମାଜିକ ସଙ୍ଗଠନ ସହ ସଂପୃକ୍ତି ବିଷୟ ତଥା ସମାଜ ସେବା ସଂପର୍କରେ ଆଲୋଚନା କରାଯାଇଥିଲା। ତାଙ୍କ ପରିବାର ବର୍ଗ ବ୍ୟତୀତ ପୁରୁଣା ବନ୍ଧୁ ପୁରୁଷୋତ୍ତମ ଜେନା, ପୁତ୍ର ସମ୍ରାଟ ସାହୁ, ତାଙ୍କ ଜୀବନ ର ସମାଜସେବା ଓ ପରୋପକାର ସଂପୃକ୍ତି ସଂପର୍କରେ ଆଲୋଚନା କରିଥିଲେ। ନିଜେ ମାରାତ୍ମକ ରକ୍ତ କର୍କଟ ସହ ଲଢ଼ୁଥିବା ସମୟ ରେ ମୁମ୍ବାଇ ରୁ ମଧ୍ୟ ଓଡ଼ିଶା ପାଇଁ ‘କ୍ୟାନ୍ସର ଚେତନା କେନ୍ଦ୍ର’ ଗଢି କିପରି ଜନ ସଚେତନତା ସୃଷ୍ଟି ହେବ ଓ ମୁମ୍ବାଇ ଯାଉଥିବା କ୍ୟାନ୍ସର ରୋଗୀ ଙ୍କୁ କିପରି ସୁବିଧା ଯୋଗାଇ ହେବ ସେ ଉଦ୍ୟମ ଚଳାଇଥିଲେ ବୋଲି ଜଣାଇଥିଲେ। ମୃତ୍ୟୁ ଶଯ୍ୟା କୁ ଯିବାର ଗୋଟିଏ ଦିନ ପୂର୍ବରୁ ଉତ୍କଳମଣି ଙ୍କ ଜୟନ୍ତୀ ପାଳନ କରିବାକୁ ଜିଦ୍ ଧରି ଘରୁ ବାହାରି ଯାଇଥିବା ଘଟଣା ତାଙ୍କ ପୁତ୍ରବଧୂ ଅନସୂୟା ମନେ ପକାଇ ଥିବା ବେଳେ ସେବା ଓ ଜନ ସଚେତନତା ର କୌଣସି ସୁଯୋଗ ସେ ହାତଛଡ଼ା କରନ୍ତି ନାହିଁ ବୋଲି ତାଙ୍କ ପତ୍ନୀ ଶଶିକଳା କୋହ ଭରା କଣ୍ଠ ରେ କହିଥିଲେ।ତାଙ୍କ ଜୀବନ ଦର୍ଶନ ଓ ସେବା ମନୋଭାବ ତଥା ଆନୁଷ୍ଠାନିକ କାର୍ଯ୍ୟକଳାପ ସର୍ବଦା ଯୁବ ସମାଜ କୁ ପ୍ରୋତ୍ସାହିତ କରିବ ବୋଲି ବକ୍ତା ମାନେ ମତବ୍ଯକ୍ତ କରିଥିଲେ । ଅନୁଷ୍ଠାନ ର ପ୍ରମୁଖ ସଦସ୍ୟ ତଥା ଭୁବନେଶ୍ୱର ର ଉଦୀୟମାନ ଯୁବ ସମାଜସେବୀ ପ୍ରୀତମ୍, ପ୍ରଶାନ୍ତ, ମିରଜ୍, ଶ୍ୱେତପଦ୍ମା,କନକ ଲତା, ସାମପିକା ଙ୍କ ସହ ଲକ୍ଷ୍ମୀ ସିଂହ, ତ୍ରିଲୋଚନ, ସଂଧ୍ୟା , ମଧୁସ୍ମିତା, ସତ୍ୟ ଓ ସ୍ମୃତିରଞ୍ଜନ ଇତ୍ୟାଦି ନୂତନ ସଭ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ। ‘ସେବା ହିଁ ସେବା ‘ ର ଅନ୍ୟତମ ସଦସ୍ୟା କନକଲତା ଓ ସଦସ୍ୟ ପ୍ରଶାନ୍ତ ସ୍ବାଇଁ ରାଉରକେଲା ରେ ତାଙ୍କ ସହ ଅନେକ କାର୍ଯ୍ୟକ୍ରମ ରେ ଯୋଗ ଦାନ ସମୟ ର ଅନୁଭୂତି ଅନ୍ତେବାସୀ ଓ ଅନ୍ୟ ସଦସ୍ୟ ଙ୍କ ସହ ବାଣ୍ଟିଥିଲେ। ସେବା ଦିଗ ରେ ସେମାନଙ୍କ ପାଇଁ ରାଉରକେଲା ର ବହୁ ପରିଚିତ ମିହିର ଭାଇ ଙ୍କ ଜୀବନ ଏକ ପ୍ରେରଣା ର ଉତ୍ସ ବୋଲି ତାଙ୍କ ଝିଅ ତଥା ଅନୁଷ୍ଠାନ ର ଅନ୍ୟତମ ସଦସ୍ୟା ମାନସୀ ସାହୁ ମତବ୍ଯକ୍ତ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ଖଡ଼ିଆଳ ବିଧାୟକ ଭୋଟଦାନ ସାବ୍ୟସ୍ତ

Sunil Chandra Nayak

କୋକସରା କଲେଜରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

Sunil Chandra Nayak

ପିତାମାତା ହରାଇଥିବା ଦୁଇ ଶିଶୁ ସରକାରୀ ସହାୟତା ପାଇବେ

Sunil Chandra Nayak

Leave a Comment

error: Content is protected !!