ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକ ଦିବସୀୟ କୃଷକ ତାଲିମ ଓ ପରାମର୍ଶ ଶିବିର ଅନୁଷ୍ଠିତ

ଧର୍ମଗଡ:୨୭/୫/୨୨:  ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡ଼ା ପଞ୍ଚାୟତ ଧାନମଣ୍ଡି ଠାରେ ଜୟ ଜଗନ୍ନାଥ କୃଷକ ସଂଘ ଟିପି ଗୁଡ଼ା ଅନୁକୁଲ୍ୟ ରେ ଏକ ଦିବସୀୟ କୃଷକ ତାଲିମ ଶିବିର ଆୟୋଜିତ କରାଯାଇଛି । ଏହି ଶିବିରରେ ଟିପି ଗୁଡ଼ା ପଞ୍ଚାୟତ ସରପଞ୍ଚ ହାତୀରାମ ଦୁର୍ଗା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଧର୍ମଗଡ ଜିଲ୍ଲା ପରିଷଦ ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଟିପିଗୁଡା ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ତାଲିମ ଦାତ। ଭାବେ ଧର୍ମଗଡ ସହକାରୀ କୃଷି ଅଧିକାରୀ ହେମାନନ୍ଦ ମାଝୀ, ବିଟିଏମ୍ ଦେବାଶିଷ ଚାନ୍ଦ ଗ୍ରାମ୍ୟ କୃଷି କର୍ମୀ ସରୋଜିନୀ ମେହେର, ସମୀର ପାତ୍ର ପ୍ରମୁଖ ଉପସ୍ଥତ ରହି ଚାଷୀ ମାନଙ୍କୁ ଆଦ୍ର ବିହନ ବିଶୋଧନ, କାଦୁଆ ବିହନ ବିଶୋଧନ, ଜୈବିକ ପଦ୍ଧତି ,ବିହନ ବିଶୋଧନ ସମୟରେ ସାବଧାନତା ଉପରେ ତାଲିମ ପ୍ରଦାନ କରିବା ସହ ଫସଲରେ କିପରି ଭାବରେ ରୋଗ ପୋକ ନଲାଗିବ  ଓ ତାହାର ପ୍ରତିକାର ବିଷୟରେ ଚାଷୀମାନଙ୍କୁ ତାଲିମ ପ୍ରଦାନ୍ କରିଥିଲେ। ବୈଜ୍ଞାନିକ ପଦ୍ଧତିରେ ଚାଷ କରାଯାଇ କିପରି ଅଧିକା ଅମଳ କରି ବେଶୀ ଲାଭବାନ ହେବା ନିମନ୍ତେ ଚାଷୀ ମାନଙ୍କୁ ଅବଗତ କରାଇ ଥିଲେ। ଏଥି ସହ କୃଷକ ଡାଟା ବେଶ ,ରୋଗ ପୋକ ନିୟନ୍ତ୍ରଣ , ସାର ବିହନ ର ବ୍ୟବହାର ଏବଂ କିପରି ଭାବେ ସରକାରି ସୁବିଧା ସୁଯୋଗ ପାଇ ପାରିବେ ସେ ବିଷୟରେ ସୂଚନା ଦେବା ସହ ସଚେତନ କରା ଯାଇଥିଲା । ଅଞ୍ଚଳର ଚାଷୀ ମାନଙ୍କ ପାଇ ଏପରି ଏକ କାର୍ଯ୍ୟକ୍ରମ କରିଥିବାରୁ ଜୟ ଜଗନ୍ନାଥ ଚାଷୀ ସଂଘ କୁ ସ୍ଥାନୀୟ ସରପଞ୍ଚ ହାତୀ ରାମ ଦୁର୍ଗା ଧନ୍ୟବାଦ୍ ସହ ସାଧୁବାଦ ଜଣାଇ ଥିଲେ। ଏହି ଶିବିରକୁ ସଂଘର ସଭାପତି ଖିରସିନ୍ଧୁ ନାଏକ,ସମ୍ପାଦକ ତିଲେଶ୍ୱର୍ ବିଶି, କୋଷାଧ୍ୟକ୍ଷ ଡମ୍ବରୁଧର ନାଏକ୍, ପ୍ରଭୁଲାଲ ସା, ନରେନ୍ଦ୍ର ଦୁର୍ଗା, ଯିବଶଙ୍କର ନାଏକ, ତୁଳା ରାମ ନାଏକ, ନୀଳାମ୍ବର ନାଏକ, ଖୁସି ରାମ ବୋଡେକ୍, ଟିକେ ରାମ ସହୁ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ମାନବାଧିକାର ଦିବସର ଭାବନା

Sunil Chandra Nayak

ଶ୍ରାବଣ ମାସର ସୋମବାର ରେ ଆଖଣ୍ଡଳମଣିଙ୍କର ବିଶେଷ ପୂଜା

Sunil Chandra Nayak

Leave a Comment

error: Content is protected !!