ଜଣାଣ
ମାନଗୋବିନ୍ଦ ସ୍ବାଇଁ
ତୁମେ ଭକ୍ତ କଥା ଶୁଣ ନାହିଁ ବୋଲିି
ତୁମେ ବଡ ଦଗାଦିଆ
ତୁମେ ତ ଷାଠିଏ ପଉଟି ପ୍ରସାଦ
ଖାଉଛ ନିଳାଞ୍ଚଳିଆ।
ତୁମ ଇଚ୍ଛା ହେଲେ ବର୍ଷ ଥରେ ଆସ
ବଡ଼ଦାଣ୍ଡ ଯାତ୍ରା କରି
ଭକତକୁ ଡାକ ଦରଶନ ଦିଅ
ରଥେ ବିଜେ ତିନି ହରି।
ଭକତ ମେଳରେ ଆନନ୍ଦ କରୁଛ
ନବ ଦିନ ଯାତ୍ରା ପ୍ରଭୁ
ମାଉସୀ ମା’ଘରେ ପିଠା ପଣା ଖାଇ
ଶ୍ରୀମନ୍ଦିର ଗସ୍ତେଥିବୁ।
ଏତେ ଦିନ ରହି ଘରଣୀଙ୍କୁ ଭୁଲି
ରାଗରେ ଲକ୍ଷ୍ମୀ ମା କୋପ
ରଥକୁ ଲଗାଇ ଆଘାତର ଚୋଟ
ମିଠା ଖାଇ ରାଗ ଲୋପ।
ଭକତ ଜୀବନ ଦୁଃଖ ସୁଖ ହରି
ଭକତ ପରାଣ ଧନ
ତମକୁ ଛାଡ଼ିଲେ କିଏ ବଞ୍ଚି ପାରେ
ତୁମେ ଭକ୍ତଙ୍କ ଜୀବନ।
ଗୋଜାବନ୍ଧ ମହାକାଳପଡ଼ା