ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

ଭକ୍ତି ନୈବେଦ୍ୟ

ନଖକୋଣେ ଯାର ବିରାଜେ ଜାହ୍ନବୀ

ସପ୍ତସିନ୍ଧୁ ଯା’ ପୟର ।

କେମିତି ଧୋଇବ ତୁମ ଶ୍ରୀପଦକୁ

ମୋ ନୟନ ଅଶ୍ରୁଧାର ।।

 

କେଉଁ ଫୁଲ ଦେଇ କରିବି ଅର୍ଚ୍ଚନା

ଅରପିବି କେଉଁ ବାସ ।

ସବୁ ମହକରେ ତୁମେ ତ ଆରମ୍ଭ

ସବୁ ସୁଗନ୍ଧରେ ଶେଷ ।।

 

କେମିତି ଆଙ୍କିବି କସ୍ତୁରୀ ତିଳକ

ତୁମ ସ୍ନିଗ୍ଧ କପାଳରେ ।

ଜନ୍ମଜନ୍ମାନ୍ତର କଳୁଷ କାଳିମା

ଭରା ଅଛି ମୋ ଅନ୍ତରେ ।।

 

କେମିତି ଗାଇବି ତୁମ ମହାମନ୍ତ୍ର

ତୁମରି ଗାୟତ୍ରୀ ଗୀତା ।

ଏଇ ହୃଦୟରେ ରୁଚି ଅଭିରୁଚି

କେତେ ଯେ ହୋଇଛି ଗୁନ୍ଥା ।।

 

କେମିତି କରିବି ତୁମ ନିରାଜନା

କେଉଁ ଶୁଭ୍ର ସଳିତାରେ ।

ମିଥ୍ୟା ଅହମିକା କେତେ ଯେ କାଳିମା

ଭରାଅଛି ମୋ ଭିତରେ ।।

 

ଆହେ ମହାପ୍ରଭୁ କରୁଣା ସାଗର

କୃପା ବାରି ସିଞ୍ଚି ଥରେ ।

ମହକାଇ ଦିଅ ଏଇ ଜୀବନକୁ

ତୁମ ଅଖଣ୍ଡିତ ମହକରେ ।।

 

ସସ୍ମିତା ପଣ୍ଡା

କଟିକଟା, କଟକ

Related posts

ନବରଙ୍ଗପୁର ଇଣ୍ଟର ଡେନମିନେସନ ପାଷ୍ଟରସ ଆସୋସିଏସନ ( ନିପା )ର ୧୯ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଜବାହର ଉଚ୍ଚବିଦ୍ୟାପୀଠ କୋକସରା ର 1998 ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ

ରାସ୍ତା ନ ଥିବାରୁ ଗର୍ଭବତୀ ମାଁଙ୍କୁ ଚଲାଗଲା ଏକ କିଲୋମିଟର ରାସ୍ତା 

Sunil Chandra Nayak

Leave a Comment

error: Content is protected !!