ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମ ଚନ୍ଦ୍ର ମହାନ୍ତି ଙ୍କ କବିତା – ଭକ୍ତର ବାନ୍ଧବ ବୋଲି

ଭକ୍ତର ବାନ୍ଧବ ବୋଲି

 

ଜଗତର ନାଥ ଆହେ ଜଗନ୍ନାଥ

ଜଗତେ ପଡୁଛି ହୁରି

ରାତି ଅଧ ଟାରେ ରୋଷେଇ ଶାଳର

ଚୁଲିକୁ ଭାଙ୍ଗିଲା ତୋରି

ପୋଲିସ ନ ପାରେ ଧରି

କି ଲୀଳା ରଚିଲୁ ବଡ଼ ଦେଉଳରେ

ପଣ୍ଡାଏ ଗଲେଣି ଡରି ।।

 

ମନେ ପଡିଗଲା ଲକ୍ଷ୍ମୀ ଠାକୁରାଣୀ

କରି ଥିଲେ ଯେବେ କୋପ

ମନ୍ଦିର ଛାଡ଼ିକି ଚାଲି ଗଲା ବେଳେ

ଦେଇ ଥିଲେ ଅଭିଶ୍ୟାପ

ବାର ବର୍ଷ ଧରି ପାପ

ଖାଇବା ପିଇବା ଛାଡ଼ି ଦେଇ ଥିଲ

ସହିଲ ସୂର୍ଯ୍ୟଙ୍କ ତାପ ।।

 

କିଏ ସେ ଜଗନ ଭକ୍ତିରେ ମଗନ

ହୋଇ ଭାବ ଭକ୍ତି ପୂର୍ଣ୍ଣ

ଏକା ନିଃଶ୍ୱାସ ରେ ଅଶିଏ ଚୁଲା କୁ

ଭାଙ୍ଗି ଦେଇ କଲା ଚୂର୍ଣ୍ଣ

ମାନସିକ ବ୍ୟାଧି ପୂର୍ଣ୍ଣ

ଭକ୍ତ ଭାବେ ବନ୍ଧା ହେଲା ନାହିଁ ରନ୍ଧା

ଉପାସେ କାଳିଆ ଧନ।।

 

କେତେ ବେଳେ ଚାବି ଯାଉ ଅଛି ହଜି

କେତେ ବେଳେ ଭାଙ୍ଗେ ଚୁଲି

ଭକତ ଡାକକୁ କାନ ପାରି ଶୁଣେ

ତାର ଦୁଇ ଆଖି ମେଲି

କାହାକୁ ଦିଏ ନା ଗାଳି

ନାମ ଚକା ଆଖି ସବୁ ଥାଏ ଦେଖି

ଭକ୍ତର ବାନ୍ଧବ ବୋଲି। ।

 

 

କବି ରାମଚନ୍ଦ୍ର ମହାନ୍ତି
ଗଞ୍ଜାମ

Related posts

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଲନ ଅବସରରେ କିସ୍‍କୁ ମଳିଛି ବିଶ୍ୱସ୍ତରରେ ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ

Sunil Chandra Nayak

ବୈଷ୍ଣବ ନ।ଏକ ହେଲେ ଚିଲିଗୁଡା ଫାଣ୍ଡି ଅଧିକାରୀ

Sunil Chandra Nayak

Leave a Comment

error: Content is protected !!