ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ର କଳା ଦେବୀ ଙ୍କ କବିତା – ମୋ ଗାଆଁ

ମୋ ଗାଆଁ

ଚନ୍ଦ୍ରକଳା
କୋରାପୁଟ

 

ଗାଆଁଟି ମୋର ଭାରି ସୁନ୍ଦର

ନାଆଁଟି ତାର କେଡେ ମଧୁର

ସବୁଜିମାରେ ସେ ଭରପୁର 

ସେଇଠି ଜନମ ମୋ ଷଠିଘର ||

 

ଗାଆଁଟି ମୋର ସରଗ ପୁର

ସବୁ ଜାତିରେ ସେ ଭରପୁର

ଭାଇଚାରାର ସେ ଗନ୍ତାଘର

ସବୁଠୁ ସୁନ୍ଦର ଓ ମନୋହର ||

  

ଗାଁ ପରିବେଶ କେଡେ ସୁନ୍ଦର

ଗାଁ ବରଗଛ ତାର ଓହଳ

ଧାନ କ୍ଷେତ ଆମ୍ବ ତୋଟାମାଳ

ବଣ ପାହାଡ଼ ଲତା ଗହଳ ||

 

ଗାଁ ପରିବେଶ ସ୍ୱଚ୍ଛ ନିର୍ମଳ

ଚଉଦିଗ ତାର ଭାରି ସୁନ୍ଦର

ଯାନିଯାତ ପରବର ସେଘର

ବାରତା ଦିଅଇ ସେଏକତାର ||

 

ମୋ ଗାଆଁ ଶ୍ମଶାନ ସରଗ ପୁର

ଶେଷରେ ଜଳିବ ଜୁଇ ମୋହର

କେବେ ଭୁଲିବିନି ରୂପ ତାହାର

ତାପାଦେ ମୋର କୋଟି ଜୁହାର |

Related posts

ନୂତନ ଭାବରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଆନନ୍ଦ ବଜାର ସ୍ଥିତ ରଗଡି ସାହି ଭାଗବତ ଜୀଉ ମନ୍ଦିର ପ୍ରାଙ୍ଗଣରେ ୪୦ ତମ ନନ୍ଦ ଉତ୍ସବ ପାଳିତ

Sunil Chandra Nayak

ଚିଲିଗୁଡ଼ାରେ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!