ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁମ୍ଭାର ସମାଜକୁ ପୁନଃ ଅନୁସୂଚିତ ଜାତି ମାନ୍ୟତା ନେଇ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଜରିଆରେ ଲିଖିତ ଦାବିପତ୍ର 

ମୟୂରଭଞ୍ଜ -୨୦/୭/୨୨ (ମସିହା) ସାରା ଭାରତରେ କୁମ୍ଭାର ସମାଜ ଆଜି ଅବହେଳିତ, ନିଷ୍ପେସିତ,ଶୋଷିତ ହେଉଛନ୍ତି ।ସମଗ୍ର ଭାରତରେ କୁମ୍ଭାର ସଂପ୍ରଦାୟର ଲୋକେ ୩କୋଟିରୁ ଉର୍ଦ୍ଧ୍ବ ବସବାସ କରୁଥିବିବେଳେ ଓଡ଼ିଶାରେ ୩୦ ଲକ୍ଷରୁ ଉର୍ଦ୍ଧ୍ବ କୁମ୍ଭାର ସମାଜର ଲୋକେ ଵସବାସ କରୁଛନ୍ତି । କୁମ୍ଭାର ସମାଜ ହେଉଛି ସମାଜର ବିଶ୍ଵକର୍ମା । ଆଦିମ କାଳରୁ ଏପର୍ଯ୍ୟନ୍ତ ସେମାନଙ୍କ ଅବଦାନକୁ ମାନବ ସମାଜ ଭୁଲିବ ନାହିଁ । କିନ୍ତୁ ବସ୍ତୁବାଦୀ ଦୁନିଆଁ ଓ ପ୍ରଗତୀଶିଳ ଦୁନିଆରେ ଲୋକେ ମାଟିପାତ୍ର ,କଳଶ ଉପରେ ନିର୍ଭର ନ କରି ଷ୍ଟିଲ ପଦାର୍ଥ ଉପରେ ନିର୍ଭର କରୁଛନ୍ତି । ମାଟିପାତ୍ରର ସ୍ଥାନ ନେଇଛି ଷ୍ଟିଲ ।ଲକ୍ଷ ଲକ୍ଷ କୁମ୍ଭାର ପରିବାର ଆଜି କାମଧନ୍ଦା ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି । କୁମ୍ଭାର ସମାଜର ଅର୍ଥନୀତି ସଂପୁର୍ଣ୍ଣ ଭୁଷୁଡି ଯାଇଛି ।ଵରବାଦ ହୋଇଯାଇଛନ୍ତି ସମସ୍ତେ । କୁମ୍ଭାର ସମାଜ ପୂର୍ବରୁ ୧୯୬୭ ମସିହା ପର୍ଯ୍ୟନ୍ତ ଅନୁସୂଚିତ ଜାତିରେ ଅନ୍ତର୍ଭୁକ୍ତ ଥିଲେ । କିନ୍ତୁ ଚକ୍ରାନ୍ତ କାରୀଙ୍କ ଯୋଗୁଁ ସେମାନଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାଦ ଦିଆଯାଇ ପଛୁଆବର୍ଗରେ ଅନ୍ତର୍ଭୁକ୍ତ କରାଯାଇଛି । ତେଣୁ ୧୯୬୭ ରୁ କୁମ୍ଭାର ସମାଜ ତରଫରୁ ବିଭିନ୍ନ ସମୟରେ ଗ୍ରାମ୍ୟ,ବ୍ଲକ, ଜିଲ୍ଲା, ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ବିଭିନ୍ନ ସମୟରେ ଆନ୍ଦୋଳନ ଜାରି ରଖିଛନ୍ତି । କୁମ୍ଭାର ସମାଜକୁ ଅନ୍ୟାୟ ଭାବରେ ଅନୁସୂଚିତ ଜାତି ତାଲିକାରୁ ବାଦ୍ ଦିଆଯାଇଛି । ତେଣୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତୁରନ୍ତ ଏକ କମିଟି ତିଆରି କରି ପୁନଃ ଅନୁସୂଚିତ ଜାତି ତାଲିକାରେ ମାନ୍ୟତା ପାଇଁ ଦାବି ହେଉଛି । ଏହାକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ କୁମ୍ଭାର ସମାଜର ଜିଲ୍ଲା ସଂପାଦକ ମହେନ୍ଦ୍ର ‌ନାଥ ବେହେରାଙ୍କ ନେତୃତ୍ବରେ ବାନଘାଟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାସଙ୍କୁ ମହାମହିମ ଓଡ଼ିଶା ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ନରେଶ ବେହେରା, ସତ୍ୟନାରାୟଣ ପାଲ,ସୁକଦେବ ବେହେରା,ଅରୁଣ ପାଲ, ଦ୍ରୌପଦୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।ଆଗାମି ଦିନରେ ରାଜ୍ୟ ଓ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନ ନେଲେ କୁମ୍ଭାର ସମାଜ ତାର ଆନ୍ଦୋଳନ‌ ତିବ୍ରତର କରିବ ବୋଲି ଗଣମାଧ୍ୟମକୁ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଲଙ୍ଗଳେଶ୍ଵର ମିଡିଆ ହାଉସ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

ଯୌତୁକ ଜନିତ ହତ୍ୟା ,ଜଣେ କୋର୍ଟ ଚାଲାଣ

ସସ୍ମିତେଶ ସାହୁ ଙ୍କ କବିତା ତୁମେ ଥରେ

Sunil Chandra Nayak

Leave a Comment

error: Content is protected !!