ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ଢେ଼ଙ୍କାନାଳ (ମ.ନି.ସ) ୦୯/୧୦_ ଢେ଼ଙ୍କାନାଳ ର ଗଣପର୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ସାରା ଓଡ଼ିଶା ରେ ପ୍ରସିଦ୍ଧି ଲାଭ କରି ଥିବା ବେଳେ ଏହା ର ଝଲକ ଦେଖିବକୁ ମିଳିଛି ଓଡ଼ପଡ଼ା ବ୍ଲକ୍ ମେରାମଣ୍ଡଳୀ ସନ୍ନିକଟ ନଗାରୀ ଗ୍ରାମ ସ୍ଥିତ ମାତୃ ଶକ୍ତି ପୀଠ ହରିଜନ ସାହି ରେ l ଛୋଟ ଛୋଟ ପିଲା ମାନଂକ ଉଦ୍ୟମ ରେ ଅନୁଷ୍ଠିତ ଉତ୍ସବ ପାଇଁ ମୁଖରିତ ହେଉଛି ସାରା ଗାଆଁ। ରଙ୍ଗୀନ୍ ଆଲୁଅ, ଆକର୍ଷଣୀୟ ତୋରଣ, ସନ୍ଧ୍ୟା ରେ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ଗାୟନ ସମସ୍ତ ଙ୍କୁ ମୁଗ୍ଧ କରୁଛି।ଏଥି ନିମନ୍ତେ ବିଧି ବିଧାନ ମୁତାବକ ନିକଟସ୍ଥ ଲିଙ୍ଗରା ନଦୀ ରୁ କଳସ ଯାତ୍ରା କରାଯାଇ ଥିଲା। ଗଜ ଲକ୍ଷ୍ମୀ ପୂଜା କମିଟି ର ପ୍ରେସିଡେଣ୍ଟ ସନ୍ଦୀପ ଭି ଓ ସେକ୍ରେଟାରୀ ଆର୍ଟିଷ୍ଟ ରିଙ୍କୁ କୁମାର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ପୂଜା ସମ୍ପନ୍ନ ହେଉଥିଲାବେଳେ ଜଗନ୍, ମୁନା ,ଦିପୁ, ପିନୁ ଆଦି ସଦସ୍ୟ ମାନେ ଏଥିରେ ସହଯୋଗ କରିଛନ୍ତି ତତ୍ ସହ ଆସନ୍ତା ୧୯ ତାରିଖ ରେ ବହୁ ଯାକ ଯମକ ରେ ଭସାଣୀ ପର୍ବ କରାଯିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

Sunil Chandra Nayak

ରିଷିଡା କପ ଫୁଟବଲ: ଶୁକ୍ରବାର ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

Sunil Chandra Nayak

Leave a Comment

error: Content is protected !!