ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

(ଗୀତି କବିତା)
ଦ’ଅନୁପ୍ରାସ କ୍ରମରେ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦୀନବନ୍ଧୁ ଘେନ ସକାଳ ଜଣାଣ 
ଦୀନ ଦୁଃଖି ଜଣାଉଛି,
ଦିନ ଯାଉ ବିତି ସୁଖରେ ସୁଖରେ
ଦିନମଣି ନାମ ଚିନ୍ତି……(୦)
ଦୁଃଖ ନାଶନ ହେ ଆରତ ଭଞ୍ଜନ
ଦେଖିବ ନୟନ ମେଲି 
ଦାଗା ଦେବ ନାହିଁ ହେ ବ୍ରହ୍ମାଣ୍ଡ ସାଇଁ
ଦୋଷ ମୁଁ କରିଛି ବୋଲି 
ଦମ୍ଭରେ ଭଜଇ ଚରଣ ନମଇ 
ଦକା ଦୂରେଇ ଶ୍ରୀପତି…..(୧)
ଦହୁଛି ଦୁର୍ଗତି କମଳାଙ୍କ ପତି
ଦଗଧି ହୁଏ ଅନ୍ତର
ଦମ୍ଭିଲା ପଣରେ ଦୟାଳୁ ପାଖରେ
ଦୁଃଖ ଜଣାଏ ସତ୍ୱର
ଦରଦୀ ଠାକୁର ନ କରିବ ପର
ଦରବିବ ଶୁଣି ସ୍ତୁତି……(୨)

ଫୁଲବାଣୀ, କନ୍ଧମାଳ

Related posts

ଭାଲୁ ଆକ୍ରମଣ ରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ

Sunil Chandra Nayak

ରାଜ୍ଯ ସରକାରଙ୍କ ଅର୍ଥ ବିଭାଗ ନିର୍ଦ୍ଦେଶରେ ଭବାନୀପାଟଣା ବ୍ଳକ ସଭା ଗୃହରେ ଏକ ସଚେତନ କାର୍ଯ୍ଯକ୍ରମ

କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପରିସମାପ୍ତି

Sunil Chandra Nayak

Leave a Comment

error: Content is protected !!