ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

(ଗୀତି କବିତା)
‘ଦ’ଅନୁପ୍ରାସ କ୍ରମରେ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ଦୀନବନ୍ଧୁ ଘେନ ସକାଳ ଜଣାଣ 
ଦୀନ ଦୁଃଖି ଜଣାଉଛି,
ଦିନ ଯାଉ ବିତି ସୁଖରେ ସୁଖରେ
ଦିନମଣି ନାମ ଚିନ୍ତି……(୦)
ଦୁଃଖ ନାଶନ ହେ ଆରତ ଭଞ୍ଜନ
ଦେଖିବ ନୟନ ମେଲି 
ଦାଗା ଦେବ ନାହିଁ ହେ ବ୍ରହ୍ମାଣ୍ଡ ସାଇଁ
ଦୋଷ ମୁଁ କରିଛି ବୋଲି 
ଦମ୍ଭରେ ଭଜଇ ଚରଣ ନମଇ 
ଦକା ଦୂରେଇ ଶ୍ରୀପତି…..(୧)
ଦହୁଛି ଦୁର୍ଗତି କମଳାଙ୍କ ପତି
ଦଗଧି ହୁଏ ଅନ୍ତର
ଦମ୍ଭିଲା ପଣରେ ଦୟାଳୁ ପାଖରେ
ଦୁଃଖ ଜଣାଏ ସତ୍ୱର
ଦରଦୀ ଠାକୁର ନ କରିବ ପର
ଦରବିବ ଶୁଣି ସ୍ତୁତି……(୨)

ଫୁଲବାଣୀ, କନ୍ଧମାଳ

Related posts

କୋପ୍ନେଶ୍ଵର ବେମାଲ ପାଇଲେ “ପ୍ରକୃତି ବନ୍ଧୁ” ସମ୍ମାନ

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ କବିତା ମଣିଷ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ତୃପ୍ତି ରାଣୀ ପାତ୍ର, ସହଦେବଖୁଣ୍ଟା , ବାଲେଶ୍ଵର ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!